ନୂଆପଡ଼ା -୨୮/୩ (ସୁରେନ୍ଦ୍ର ତିୱାରୀ) : ସ୍ବେଚ୍ଛାସେବୀ ଅନୁଷ୍ଠାନ ପରଦା ନୂଆପଡ଼ା ଓ ଜିଲ୍ଲା ବୈଧମାପ ବିଜ୍ଞ।ନ ବିଭାଗ ନୂଆପଡାଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ବ ଉପଭୋକ୍ତା ଅଧିକାର ଦିବସ- ୨୦୨୫ ନୂଆପଡ଼ା ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ପାଳିତ ହୋଇଯାଇଛି । ଏହି ବିଶ୍ବ ଉପଭୋକ୍ତା ଅଧିକାର ଦିବସରେ ମୁଖ୍ୟ ଅତିଥି ଭାବରେ ଭୀମସେନ ଶବର , ଅତିରିକ୍ତ ଜିଲ୍ଲାପାଳ ନୂଆପଡ଼ା, ଏବଂ ସମ୍ମାନିତ ଅତିଥି ଭାବରେ ବିଦ୍ୟାପତି ପଣ୍ଡା ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରି , ତ୍ରିନାଥ ବିଶି , ଅତିରିକ୍ତ ଯୋଗାଣ ଅଧିକାରୀ , ପୃଥୁରାଜ ହାଁସଦା , ଉପନୀୟନ୍ତ୍ରକ ବୈଧମାପ ବିଜ୍ଞ।ନ ବିଭାଗ, ଅହଲ୍ୟା ରଣା , ସମ୍ପାଦକ ଅନ୍ୟାନ୍ୟ ମିଶନ ଶକ୍ତି ,ଶିବାନନ୍ଦ ପାତ୍ର ପ୍ରମୁଖ ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ ପରମାନନ୍ଦ ହଁସ , ଖାଉଟି ଅଦାଲତ ନୂଆପଡ଼ା, ଯୋଗଦେଇଥିଲେ । ରୁଦ୍ର ଚରଣ ପଟ୍ଟନାୟକ, ଅଧ୍ୟକ୍ଷ ପରଦା ଅତିଥି ମାନଙ୍କ ପରିଚୟ ପ୍ରଦାନ କରି କାର୍ଯକ୍ରମକୁ ଆରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଖାଉଟି ମାନେ ଉପଭୋକ୍ତା ବିଷୟକୁ କିପରି ନିଜ ନିଜର ଦୈନନ୍ଦିନ ଜୀବନର ଉପଯୋଗ କରିବେ ଏବଂ ଉପଭୋଗ କରୁଥିବା ବିଷୟ ଓ ନିଜର ବ୍ୟବହାର କରୁଥିବା ସେବା ବିଷୟରେ ସଚେତନ ହୋଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ । ସମସ୍ତଙ୍କୁ ଛଅ ଗୋଟି ଖାଉଟି ଅଧିକାର ବିଷୟରେ ଜଣାଇଥିଲେ । ଅତିରିକ୍ତ ଯୋଗାଣ ଅଧିକାରୀ ଖାଉଟି ଓ ଖାଉଟି ମାନଙ୍କର ଅଧିକାର ଉପରେ ଆଲୋକ ପାତ କରିଥିଲେ । ବିଦ୍ୟାପତି ପଣ୍ଡା, ଡି ଆଇ ପି ଆର ଓ , ଉପଭୋକ୍ତା ମାନେ ଦୈନନ୍ଦିନ ଜୀବନରେ ରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନ ଦିନର ଅନ୍ ଲାଇନ୍ ଓ ଇ କମର୍ସରେ ହେଉଥିବା ଠକାମି ବିଷୟରେ ଆଲୋକପାତ କରିଥିଳେ । ଉପନୀୟନ୍ତ୍ରକ ବୈଧମ।ପ ବିଜ୍ଞ।ନ ବିଭାଗ, ବର୍ତ୍ତମାନ ସମୟରେ ଉପଭୋକ୍ତା ମାନେ ଦୈନନ୍ଦିନରେ ବ୍ୟବହାର କରୁଥିବା ସାମଗ୍ରୀ ର ଓଜନରେ ନିକିତିରେ ବହୁତ ପ୍ରକାର ଠକାମୀର ଶିକାର ହେଉଛନ୍ତି ତାଙ୍କୁ ସଚେତନ ହେବା ପାଇଁ ଆହ୍ବାନ କରିଥିଲେ । ଶ୍ରୀଯୁକ୍ତ ହଁସ ଖାଉଟି ଅଧିକାର ଓ ଖାଉଟି ଅଦାଲତ ଉପରେ ଆଲୋକ ପାତ କରିଥିଲେ । ଏହି କାର୍ଯକ୍ରମରେ ଶତାଧିକ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ । ଶେଷରେ ପ୍ରତାପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।