Odisha news

ଗଙ୍ଗାଧର ସାରସ୍ୱତ ସମିତିର ପଖାଳ ଓ ଘରଚଟିଆ ଦିବସ ପାଳିତ 

0
ନୂଆପଡ଼ା-୨୦/୦୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ଗଙ୍ଗାଧର ସାରସ୍ୱତ ସମିତି ତରଫରୁ  ପଖାଳ ଦିବସ ସ୍ଥାନୀୟ ହାଇସ୍କୃଲ ର ଏନସିସି ଭବନରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ପରେଶନାଥ ପାଣିଗ୍ରାହୀ,  ଲଳିତ କୁମାର ସୁନାରୀ, ଗୌତମ ମେହେର, ଶିବ ପ୍ରସାଦ ମେହେର,  ଚୂଡ଼ାମଣି ମେହେର, ହରେକୄଷ୍ଣ ମେହେର, ସୁବାସ ସାହୁ, ପ୍ରେମାନନ୍ଦ ମେହେର, ରଶ୍ମିରଞ୍ଜନ ସା, ପରମେଶ୍ୱର ମେହେର, ବଂଶୀଧର ଜଗତ ପ୍ରମୁଖ ଯୋଗଦେଇ ପଖାଳ ଦିବସ ମହତ୍ୱ ବିଷୟରେ ନିଜସ୍ବ ମତ ରଖିଥିଲେ । ସ୍ୱାସ୍ଥ୍ଯ ଓ ସ୍ୱାଦ ପାଇଁ ପଖାଳର ଗୁରୁତ୍ୱ ଯେତିକି ରହିଛି ପାରିବାରିକ ସଂର୍ପକକୁ ସୁଦୄଢ଼ କରିବାରେ ମଧ୍ଯ ଏହାର ମହତ୍ୱପୂର୍ଣ୍ଣ ଭୂମୀକା ରହୁଥିବା ଅଲୋଚକ ମାନେ ଏ ଅବସରରେ ମତ ପ୍ରକାଶ କରିଥିଲେ । ଏଥିସହ ଘରଚଟିଆ ଦିବସ ଉପଲକ୍ଷେ ଏହି ଟିକି ପକ୍ଷୀର ସୁରକ୍ଷା ବିଷୟରେ ଆଲୋଚନା ହୋଇଥିଲା । ସଭା ଶେଷରେ ରଶ୍ମୀରଞ୍ଜନ ସା ଧନ୍ଯବାଦ ଅର୍ପଣ କରିଥିଲେ ।
Leave A Reply