ନୂଆପଡା, ତା.୩/୧୧ – ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ଖରିଆରରୋଡ଼ ଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁସଲିମ ସମାଜ ଓ ଯାଦବ ସମାଜ ର ଦୁଇଟି ଯାକ ବୈଠକରେ ଓଡ଼ିଶା ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସାମିଲ ହୋଇଥିଲେ ।
ଯଶଶ୍ୱୀ ପ୍ରଧାନମନ୍ତ୍ରୀ ମୋଦୀ ଜି ଙ୍କ ଶାସନ ର ମୂଲମନ୍ତ୍ର “ସବ୍ କା ସାଥ, ସବ୍ କା ବିକାଶ, ସବ୍ କା ପ୍ରୟାସ” ଆଜି ଚରିତାର୍ଥ ହୋଇଛି । ମୋଦୀ ଜି ଙ୍କ ପ୍ରତ୍ୟେକ ଯୋଜନା ଜାତି, ଧର୍ମ, ବର୍ଣ୍ଣ, ପ୍ରାନ୍ତୀୟ ବିଚାରଧାରାର ଉର୍ଦ୍ଧ ରେ ରହିଛି । ସମାଜ ର ପ୍ରତ୍ୟେକ ବର୍ଗର ଲୋକ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ପାଇ ପାରୁଛନ୍ତି । ସେହିପରି ରାଜ୍ୟରେ ମୋହନ ମାଝୀ ଙ୍କ ସରକାର ଗରୀବ ଉତ୍ଥାନ ସହିତ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରି ଚାଲିଛନ୍ତି । ରାଜ୍ୟ ର କୌଣସି ବି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କୁ ଯାଇ ମୂଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ନିଜର ସୁବିଧା ଅସୁବିଧା ବିଷୟ ରେ ଜଣେଇ ପାରୁଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ପଦ୍ମ ଚିହ୍ନରେ ବିଜୟୀ କରାଇ ରାଜ୍ୟରେ ଚାଲୁଥିବା ଡବଲ ଇଞ୍ଜିନ ସରକାର ର ଡବଲ ଗତି ର ବିକାଶରେ ନୂଆପଡ଼ାବାସୀ ସାମିଲ ହୁଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।
ଏହି ନିର୍ବାଚନୀ ବୈଠକରେ ଏନଏସି ଅଧ୍ୟକ୍ଷା ସୋନିଆ ଜେନ ଉପସ୍ଥିତ ଥିଲେ ।
