Odisha news

କୋମନା ବ୍ଲକ ରଜନା ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ

ବିସ୍ଥାପିତଙ୍କ ସମସ୍ୟାର ସମାଧାନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ : ସୁରେଶ ପୂଜାରୀ

0

– ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବିସ୍ଥାପିତମାନଙ୍କ ସହ କଲେ ଆଲୋଚନା
– ରଜନା ଗାଁରେ ପଦଯାତ୍ରା ଓ ଯଜ୍ଞ ମଣ୍ଡପଠାରେ ନିର୍ବାଚନୀ ସଭା
– ବେଲଗାଁ ଛକରେ ନିର୍ବାଚନୀ ସଭା
– ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ମାନଙ୍କ ସହ ଆଲୋଚନା
– ପୂର୍ବ ସରକାର ବିସ୍ଥାପିତମାନଙ୍କ ଅସୁବିଧା ଦୂର କରିବାରେ ବିଫଳ

ନୂଆପଡ଼ା, ତା.୦୩/୧୧: ଜଳସେଚନ ପ୍ରକଳ୍ପ ନାମରେ ପୂର୍ବ ସରକାର ଉଭୟ ବିଜେଡି ଏବଂ କଂଗ୍ରେସ ଦଳ ବିସ୍ଥାପିତଙ୍କୁ ଅନେକ ପ୍ରତାରଣା କରିଛନ୍ତି । ବିଭିନ୍ନ ସମସ୍ୟା ଘେରରେ ଥିବା ଅନେକ ବିସ୍ଥାପିତ ପରିବାର ଆଜି ମଧ୍ୟ ନିଜ ନ୍ୟାୟ ଓ ହକ ପାଇଁ ଲଢେଇ କରୁଛନ୍ତି। ବିସ୍ଥାପିତଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି।

ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାରରେ କୋମନା ବ୍ଲକ ଅନ୍ତର୍ଗତ ରଜନା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଅନେକ ସମସ୍ୟା ଗୁଡ଼ିକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି । ବିସ୍ଥାପିତଙ୍କ ଜମିକୁ ଶାଗ ମାଛ ଦରରେ ବିକ୍ରୀ, ବକେୟା ଥଇଥାନ ସହାୟତା ରାଶି ପ୍ରଦାନ, ଭୂମିହୀନ ବିସ୍ଥାପିତ ପରିବାରକୁ ଥଇଥାନ ଓ ସହାୟତା ରାଶି ପ୍ରଦାନ, ଆଂଶିକ ଓ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନରେ ପାତର ଅନ୍ତର ବନ୍ଦ ଭଳି ଅନେକ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ବିଜେପି ସରକାରର ବିକାଶମୂଳକ ଓ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଅଞ୍ଚଳର ବିକାଶ ପାଇଁ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ବିଜୟୀ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ଏହି ଅବସରରେ ପୂର୍ବତନ ବିଧାୟକ ଶ୍ରୀ ହିତେଶ କୁମାର ବଗର୍ତ୍ତୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୀମାଞ୍ଚଳ ଖଟେଇ, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ବରିଷ୍ଠ ସ୍ଥାନୀୟ ନେତା ପବିତ୍ର ପୋଢ଼, ଭଗବାନ ଶଗରିଆ, ସରପଞ୍ଚ କ୍ଷୀରସିନ୍ଧୁ ଭୋଇ, ସମିତି ସଭ୍ୟା ଶ୍ରୀମତୀ ଭୂମିସୁତା ସଗରିଆ, ପୂର୍ବତନ ସରପଞ୍ଚ ବସୁଦେବ ପୋଢ, ମାଲଖମ ନାଗ, ଧୀରେନ୍ଦ୍ର ପୁଞ୍ଜି, ଯୁବ ନେତା ଲକ୍ଷ୍ମୀକାନ୍ତ ବାଗ, ଅନିଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Govt
Leave A Reply