ନୂଆପଡ଼ା -୨୫/୫(ସୁରେନ୍ଦ୍ର ତିୱାରୀ) -ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଗାୟତ୍ରୀ ପରିବାରର ନୂଆପଡ଼ା ଜିଲ୍ଲା ସ୍ତରୀୟ ସମନ୍ୱୟ ସମିତି ଗଠିତ ହୋଇଛି ।ଏନେଇ ଖଡ଼ିଆଳ ଠାରେ ଉପଜୋନ ପ୍ରଭାରୀ କେତନ ସିଂହ ବାରିକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସ୍ବତଂତ୍ର ବୈଠକରେ ପରିବାରର ବିଭିନ୍ନ ସଂସ୍କାରମୂଳକ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରାଯିବା ସହ ଜିଲ୍ଲା ସମିତି ପୁର୍ନଗଠନ କରାଯାଇଥିଲା । ନବ ଗଠିତ ସମିତିର ସଭାପତି ଭାବରେ ବରିଷ୍ଠ କାର୍ଯ୍ଯକର୍ତ୍ତା ପୂର୍ଣ୍ଣଚନ୍ଦ୍ର ମେହେର, ଉପସଭାପତି ସୁମେଶ ଦେବାଙ୍ଗନ, କାର୍ଯ୍ଯାଳୟ ପ୍ରଭାରୀ ତାର୍ଜନ କୁମାର ମେହେର, କୋଷ ପ୍ରଭାରୀ ହେମରାଜ ସାହୁ, ଯୁବ ପ୍ରଭାରୀ ବ୍ଯାସ ନାରାୟଣ ଅହିର, ସଂସ୍କୃତି ଜ୍ଞାନ ପ୍ରଭାରୀ ଅତୁଳ କୁମାର ସୁପକାର, ନାରୀ ଜାଗରଣ ପ୍ରଭାରୀ ଜୟନ୍ତୀ ଆଚାର୍ଯ୍ଯ, ସୂଚନା ପ୍ରଭାରୀ ଅମରିଶ ବନ୍ଦିଛୋର, ଆଓ ଗଢ଼େ ସଂସ୍କାରବାନ ପିଢ଼ି ପ୍ରମୁଖ ମମତା ମଞ୍ଜରୀ ଥପା, କାର୍ଯ୍ଯକ୍ରମ ପ୍ରଭାରୀ ଦେବେନ୍ଦ୍ର ହେର୍ଣ୍ଣା ଓ ସଂଗଠନ ପ୍ରଭାରୀ ଭାବରେ ଜୟରାମ ଶବର ଙ୍କୁ ମନୋନିତ କରାଯାଇଛି । ବୈଠକରେ ଅନ୍ଯମାନଙ୍କ ମଧ୍ଯରେ ଉପଜୋନ ସହପ୍ରଭାରୀ ଅର୍ଜୁନ ବାଗ, ରାଜ୍ଯ ଯୁବ ସହପ୍ରଭାରୀ ଶୈଲେସ ଅଗ୍ରୱାଲଙ୍କ ସମେତ ହୋମଲାଲ ପଟେଲ, ତରଣୀ ଦଣ୍ତସେନା, ସେବାରାମ ସାହୁ, ଦେବାଶିଷ ଯୋଷୀ, ରାଧେ ପ୍ରକାଶ ପଟେଲ, ତୁଳାରାମ ଶବର, ଶ୍ରୀକାନ୍ତ ମେହେର, ପପ୍ପୁରାମ ଅଗ୍ରୱାଲ, ଦିପାଞ୍ଜଳି ଶବର, କେଶବ ମେହେର, ପଦୁଲୋଚନ ସାହୁ, କଲ୍ଯାଣି ଗଉଡ଼, ବସନ୍ତ ଶବର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଭାବରେ ମନୋନିତ ହେଲା ପରେ ସିନାପାଲି ଗାୟତ୍ରୀ ଶକ୍ତି ପିଠ ତରଫରୁ ପୂର୍ଣ୍ଣ ଚନ୍ଦ୍ର ମେହେରଙ୍କୁ ସ୍ବାଗତ ଶୁଭେଚ୍ଛା ଜଣା ଯାଇଛି ।