Odisha news

ଉତର କୋରିଆ ନିକଟରେ ଶକ୍ତିଶାଳୀ ନୂଆ ହତିଆର , ଯାହାର ବ୍ୟବହାରରେ ଆସିବ ସୁନାମୀ

0

ଉତ୍ତର କୋରିଆର ଶାସକ କିମ ଜଙ୍ଘ ଉନ ଦୀର୍ଘ ସମୟରୁ ମିଶାଇଲ ଉତକ୍ଷେପଣ କରି ନିଜର ଶକ୍ତି ପ୍ରଦର୍ଶନ କରି ଆସୁଛନ୍ତି l ଚଳିତ ଥର ଅଣ୍ଡର ୱାଟର ନ୍ୟୁକ୍ଲିଅର ଆଟାକ ଡ୍ରିଲ କରିଛନ୍ତି l  କିମି ଜଙ୍ଘ ଉନ  ଙ୍କ ଦେଶ ସମୁଦ୍ର ଗର୍ଭ କୁ ପରମାଣୁ ହତିଆର ନେଇ ଯିବାରେ ସକ୍ଷମ , ଏହା ଗୋଟିଏ ବିଶେଷ ଡ୍ରନ ପରୀକ୍ଷଣ ଅଭ୍ୟାସ କରିଛି l  ଉତ୍ତର କୋରିଆ ଦାବୀ କରିଛି ଯେ ଏହି ହତିଆର ଆକ୍ରମଣ ଦ୍ୱାରା ରେଡ଼ିଓ ଆକ୍ଟିଭ ସୁନାମୀ ମଧ୍ୟ ଆସି ପାରିବ l  ଯାହାକୁ ନେଇ ଅନ୍ତରାଷ୍ଟ୍ରୀୟ ସମୁଦାୟ ରେ ଗୋଟିଏ ନୂଆ ଭୟ ସୃଷ୍ଟି ହୋଇଛି l

ଉତର କୋରିଆ ଶୁକ୍ରବାର ଦିନ ଏହି ହତିଆର ର ଖୁଲାସା କରିଛି l  ଗତ କିଛିବର୍ଷ ରେ କିମ ଙ୍କ ଦେଶ ଅଲଗା ଅଲଗା ସମୟରେ ମିସାଇଲ ଉତକ୍ଷେପଣ କରି ଦୁନିଆରେ ଅନେକ ଦେଶ ଙ୍କ ନିଦ ଉଡାଇ ଦେଇଛି l  ଉତର କୋରିଆ ସବୁବେଳେ ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ସଂଯୁକ୍ତ ଅଭ୍ୟାସ ର ଜବାବ ଦେଇଛି l  ଏପରି ସ୍ଥିତି ରେ ଏହି ଭଳି ନୂଆ ହତିଆର ଉତର କୋରିଆ ହାତରେ ଲାଗିଛି l  ମେଡିଆ ରିପୋର୍ଟ ଅନୁସାରେ ଦାବି କରାଯାଇଛି ଯେ ପାଣି ଭିତରେ ପରମାଣୁ ଆକ୍ରମଣ କରୁଥିବା ଏହି  ଡ୍ରୋନ ରେଡ଼ିଓଏକ୍ଟିଭ ସୁନାମୀ ର କାରଣ ମଧ୍ୟ ହୋଇପାରେ l

କୋରିଆଁ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ପରୀକ୍ଷଣ ସମୟରେ ଡ୍ରୋନ ଟି ୮୦ ରୁ ୧୫୦ ମିଟର ଗଭୀରତା ମଧ୍ୟରେ ୫୯ ଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଥିଲା l  ଏହି ଡ୍ରୋନ ସାହାଯ୍ୟ ରେ ଯେ କୌଣସି ଆଙ୍ଗଲ ରୁ ଅପରେଟ କରାଜି ପାରିବ l  ଏହି ହତିଆର ଶତ୍ରୁ ଉପରକୁ ଜଳ ମାର୍ଗରେ ଗୁପ୍ତ ଭାବରେ ଆକ୍ରମଣ କରିବା ପାଇଁ ସକ୍ଷମ ଅଟେ l  ଏହାଛଡା ବିଭିନ୍ନ ବନ୍ଦର ମଧ୍ୟ ଏହି ହତିଆର ଦ୍ୱାରା ନଷ୍ଟ ହୋଇ ପାରିବ l  ଏହି ଅସ୍ତ୍ର ତୀର ପରୀକ୍ଷଣ ଉତ୍ତର କୋରିଆର ଶାସକ କିମ ଜଙ୍ଘ ଉନ ଙ୍କ ତତ୍ୱାବଧାନ ରେ କରାଗଲା l

Leave A Reply