Odisha news

ବେତନଟୀ ଓକିଲ ସଂଘ ନିର୍ବାଚନ ଫଳାଫଳ : ଦେବବ୍ରତ ପରିଡା ସଭାପତି ଭାବେ ନିର୍ବାଚିତ

0
ବେତନଟୀ : ପୂର୍ବ ଧାର୍ଯ୍ୟ ତାରିଖ ଅନୁସାରେ ୨୫ ତାରିଖ ଶନିବାର ଦିନ ବେତନଟୀ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା  ହୋଇଥିବା ବେଳେ ଦେବବ୍ରତ ପରିଡା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।  ମୋଟ ୩୯ ଜଣ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ନେଇ ବେତନଟୀ ଓକିଲ ସଂଘର ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇ ସନ୍ଧ୍ୟା ସମୟରେ ଫଳାଫଳକୁ ନିର୍ବାଚନ ଅଧିକାରୀ ଭାବେ ଆଡ଼ଭୋକଟ ଲମ୍ବୋଦର ନାୟକ ଘୋଷଣା କରିଛନ୍ତି।  ଅସୁସ୍ଥତା ଯୋଗୁଁ ଜଣେ ସଦସ୍ୟ ଅନୁପସ୍ଥିତ ହୋଇଥିବାର ଜଣାଯାଇଛି।  ଦ୍ଵିମୁଖୀ ନିର୍ବାଚନ ହୋଇଥିବା ସଭାପତି ପଦରେ ଦେବବ୍ରତ ପରିଡା(୨୦)  ଓ କୋଷାଧ୍ୟକ୍ଷ ପଦରେ ତ୍ରିମୁଖୀ ପ୍ରତିଦ୍ଵନ୍ଦିତାରେ ରଣଜିତ ଗନ୍ତାୟତ ( ୨୩) ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଫଳରେ ଅନ୍ୟତମ ସଭାପତି ପ୍ରାର୍ଥୀ ଅରୂପ କୁମାର ଘୋଷ(୧୬ ) ଓ  କୋଷାଧ୍ୟକ୍ଷ ପ୍ରାର୍ଥୀ ଯୋଗେନ୍ଦ୍ର ଆଚାର୍ଯ୍ୟ(୧) ଓ ରବି ନାରାୟଣ (୧୪) ଭୋଟ ପାଇ ପରାଜୟବରଣ କରିଥିବା ବେଳେ ସଭାପତି ପଦ ନିମନ୍ତେ ଦୁଇଜଣ ଭୋଟର କାହାରିକୁ ଭୋଟ ଦେଇ ନଥିବା ଜଣାଯାଇଛି। ଅନ୍ୟ ସମସ୍ତ ପଦବୀ ରେ ପ୍ରତିଦ୍ଵନ୍ଦିତା ହୋଇ ନ ଥିବାରୁ ସେମାନଙ୍କୁ ମଧ୍ୟ ନିର୍ବାଚିତ ବୋଲି ଶ୍ରୀ ନାୟକ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ସେମାନେ ହେଲେ ସମ୍ପାଦକ ଭାବେ ପ୍ରବୀର କୁମାର ବାରିକ,ଉପସଭାପତି ଲମ୍ଭୋଧର ମହାନ୍ତ, ସହ ସଂପାଦକ ଅର୍ଣ୍ଣବ କୁମାର ଘୋଷ । ନୂତନ କାର୍ଯ୍ୟକାରୀ କମିଟିର ପାଞ୍ଚଜଣ ସଦସ୍ୟ ଭାବେ ଶ୍ରୀମତୀ ସଂହିତା ଦାସ, ମନୋଜ କୁମାର ଦଳେଇ, କିଶୋର କୁମାର ମହାନ୍ତ, ଅଂଶୁମାନ ସରକାର ଓ   ତପନ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ସଂପନ୍ନ ହୋଇଥିବାରୁ ନିର୍ବାଚନ ଅଧିକାରୀ ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply