Odisha news

କ୍ରୀଡା ଶିକ୍ଷକଙ୍କ ଅକାଳ ମୃତ୍ୟୁରେ ବାସନ୍ତୀ ମହାପାତ୍ର ଙ୍କ ଶୋକ

0
ନିରାକାରପୁର,୨୧/୫:   ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକ  ଟାଙ୍କୋଳ ଭାବତୋଷ ପରମାଣି, ୩୦ବର୍ଷ ଗାଁ ପୋଖରୀରେ ଗାଧୋଉ ଥିବାବେଳେ ଅସାବଧାନବଶତଃ ଗୋଡ଼ଖସି ପାଣିରେ ବୁଡ଼ିଯାଇଥିଲେ l ଘରକୁ ନଫେରିବାରୁ ଖୋଜାଖୋଜିପାରେ ତାଙ୍କ ମୃତଦେହ ପାଣିରେ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଲେ l ସେ ବି ସି ହାଇସ୍କୁଲ, ରଣପୁରରେ କ୍ରୀଡା ଶିକ୍ଷା ଶିକ୍ଷକ ରୂପେ କାର୍ଯ୍ୟ କରିଆସୁଥିଲେ l ସେ ଅତି ମେଳାପୀ, ମିଷ୍ଟଭାସି ଓ ପରୋପକାରୀ ଯୁବକ ଭାବରେ ଏହି ଅଞ୍ଚଳରେ ବେଶଜଣା ଶୁଣାଥିଲେ l ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳର ମହିଳା, ପୁରୁଷ ବିଶେଷ ଭାବରେ ଯୁବକ ମାନେ ସେଠାରେ ଏକତ୍ରିତ ହୋଇ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏପରିକି ବି ସି ହାଇସ୍କୁଲ, ରଣପୁରର ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ର, ଛାତ୍ରୀ ତାଙ୍କ ବାସଭବନରେ ପହଞ୍ଚିଥିଲେ l ଏହି ଦୁଃଖଦ ଖବର ପାଇ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ସେଠାରେ ପହଞ୍ଚି ସମସ୍ତଙ୍କ ଦୁଃଖରେ ସମଦୁଃଖୀ ହେବାସହ ଏଭଳି ହୃଦୟ ବିଦାରକ ଦୁର୍ଘଟଣାରେ ଗଭିର ଭାବରେ ମର୍ମାହତ ହୋଇ ନିଜକୋହକୁ ସମ୍ବରଣ କରିପାରିନଥିଲେ ।
Nalco
Leave A Reply