Odisha news

କଟକଣା ମାନୁନାହାନ୍ତି ଯାତ୍ରୀବାହୀ ବସ,ହଷ୍ଟେଲ ଓ ମାର୍କେଟିଂ ସଂସ୍ଥା ମାଲିକ

0

ନିମାପଡା:କରୋନାକୁ ନେଇ ରାଜ୍ୟ ସରକାର ଜନସାଧାରଣଙ୍କୁ ସଚେତନ ରହିବା ପାଇଁ ବିଭିନ୍ନ ଆଡଭାଇଜର ଜାରି କରିଛନ୍ତି ।ଯାତ୍ରୀବାହୀ ବସରେ ସିଟ ସଂଖ୍ୟା ଠାରୁ ବସ ଭିତରେ ଅଧିକ ଓଭର ଲୋଡ କରି ଯାତ୍ରୀଙ୍କୁ ନିଆଯାଇପାରିବ ନାହିଁ ବୋଲି ପରିବହନ ମନ୍ତ୍ରୀ ଦେଇଥିବା ନିର୍ଦେଶକୁ ନିମାପଡା ଦେଇ ବିଭନ୍ନ ସ୍ଥାନକୁ ଚଳାଚଳ କରୁଥିବା କେତେକ ଘରୋଇ ଯାତ୍ରୀବାହୀ ବସ ବେଖାତିର କରୁଥିବା ଦେଖିବାକୁ ମିଳିଛି ।ବସରେ ଓଭର ଲୋଡ କରି ଯାତ୍ରୀ ପରିବହନ କରାଯାଉଛି ।ସେହିପରି ଭୟାନକ କରୋନା ସଂକ୍ରମଣକୁ ରୋକିବା ପାଇଁ ନିମାପଡାରେ ପୁଲିସ ପକ୍ଷରୁ ବ୍ୟାପକ କଟକଣା ଲାଗୁ କରାଯାଇଛି ।ପୁଲିସ ଗାଡିରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରୋନା ସମ୍ବଦ୍ଧରେ ସଚେତନ କରାଯାଇଛି ।

ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ନିମାପଡାରେ ଥିବା ବିଭିନ୍ନ ହଷ୍ଟେଲକୁ ଖାଲି କରିବାକୁ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି ।ସେହିପରି ୩ରୁ ଅଧିକ ଲୋକ ଏକତ୍ରିତ ନହେବା,ସମସ୍ତ ପ୍ରକାର ମେଳା,ମହୋସôବ, ଯାନିଯାତ୍ରା, ମେଳଣ,ବିବାହ,ବ୍ରତ,ସଭା,ସମିତି,ଶୋଭାଯାତ୍ରା,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜନ ନକରିବା,ବଜାର,ବ୍ୟବସାୟ ସ୍ଥଳ ଇତ୍ୟାଦିରେ ଗହଳି ନକରିବା,କରୋନା ସଂକ୍ରମିତ ବ୍ୟକ୍ତି ସଂପର୍କରେ ସୂଚନା ଦେବା ଏବଂ ସେମାନଙ୍କ ଠାରୁ ଦୂରେଇ ରହିବା ପାଇଁ ପୁଲିସ ପକ୍ଷରୁ ସତର୍କତା କରାଯାଇଛି ।ତେବେ ପୁଲିସର ସତର୍କତାକୁ ନିମାପଡାରେ ଥିବା କେତେକ ଘରୋଇ ଟୁ୍ୟଟୋରିଆଲ,ମହିଳା କଲେଜ ଛକରେ ଥିବା ଏକ ସଂସ୍ଥା ବେଖାତିର କରୁଥିବା ଜଣାପଡିଛି ।କେତେକ ଟୁ୍ୟଟୋରିଆଲର ମାଲିକମାନଙ୍କ ଦ୍ୱାରା ଖୋଲାଯାଇଥିବା ହଷ୍ଟେଲ ଗୁଡିକରେ ପୁଲିସ ଖାଲି କରିବା ପାଇଁ ନିର୍ଦେଶ ଦେବା ପରେ ମଧ୍ୟ ହଷ୍ଟେଲ ଖାଲି ହୋଇନଥିବା ପିଲା ରହିଥିବା ଜଣାପଡିଛି ।

ସେହିପରି ମହିଳା କଲେଜ ଛକ ଠାରେ ଏକ ସଂସ୍ଥା ଚାକିରୀ ଦେବାର ପ୍ରଲୋଭନ ଦେଖାଇ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ବେକାରୀ ଯୁବକ ଯୁବତୀଙ୍କୁ ଆଣି ତାଙ୍କ ଠାରୁ ଅର୍ଥ ଆଦାୟ କରି ନିମାପଡାର ବିଭିନ୍ନ ସ୍ଥାନରେ ଘର ଭଡା ନେଇ ରଖିଆସୁଛି ।କରୋନା ନେଇ ପୁଲିସ ପକ୍ଷରୁ କଟକଣା ଜାରି ପରେ ମଧ୍ୟ କେତେକ ସ୍ଥାନରେ ଉକ୍ତ ସଂସ୍ଥାରେ ଟ୍ରେନିଂ ନେଉଥିବା ଶହ ଶହ ସଂଖ୍ୟାରେ ପିଲା ବାହାରକୁ ନବାହାରୀ ଭଡାଘର ଭିତରେ ଲୁଚି ରହିଥିବା ଜଣାପଡିଛି ।ଏଥିପ୍ରତି ପୁଲିସ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply