Odisha news

ନିଆଳି : ମହାପାତ୍ର ନୀଳମଣି ସାହୁଙ୍କର ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳନ

0

ରାଜେଶ କୁମାର ଲେଙ୍କା(ନିଆଳି):ନିଆଳି ଅଞ୍ଚଳର ଯୋଗଜନ୍ମା ସୁପୁତ୍ର ଓଡ଼ିଶାର ବିଶିଷ୍ଟ ସାହିତ୍ୟକ ୰ମହାପାତ୍ର ନୀଳମଣି ସାହୁ ଯିଏକି  ୨୦୧୨ ମସିହା ଜୁନ ୨୫ ତାରିଖରେ ଇହଧାମ ତ୍ୟାଗ କରିଥିଲେ,ତାଙ୍କର ୪ର୍ଥ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଆଜି ରିମା କ୍ରିଏସନ କାର୍ଯ୍ୟାଳୟରେ ପାଳନ ହୋଇଯାଇଛି |

ନିଆଳି ଅଞ୍ଚଳର ମନୋରଞ୍ଜନ ଶିଳ୍ପ ଅନୁଷ୍ଠାନ ରିମା କ୍ରିଏସନ ପକ୍ଷରୁ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ଚିତ୍ତରଂଜନ ମିଶ୍ର ,ପ୍ରକଳ୍ପ ମୁଖ୍ୟ ପୀତବାସ ସେନାପତି ,ଅବସର ପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ସାହୁ,ରିମା କ୍ରିଏସନ କାର୍ଯ୍ୟ କର୍ତ୍ତା ହେମନ୍ତ ମିଶ୍ର,ପବିତ୍ର ମୋହନ ସାହୁ,ସୁରେଶ ପ୍ରଧାନ,ଟେକନିସିଆନ କର୍ଣ୍ଣ ଦାସ ,ଅଜିତ କାଣ୍ଡି,ସୌମ୍ୟରଂଜନ ଦାସ  ଓ ଦେବେନ୍ଦ୍ର ଭୋଇ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କଳାକାର ଓ ସାହିତ୍ୟକ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |

ନୀଳମଣି ସାହୁ ଙ୍କର ରଚନାବଳୀ ସବୁ କୁ ଆଧାର କରି କଳାତ୍ମକ ଚଳଚିତ୍ର ଓ ଟେଲି ଚଳଚିତ୍ର ସବୁ ନିର୍ମାଣ କରା ଯିବ ବୋଲି ରିମା କ୍ରିଏସନ ର ଅଧ୍ୟକ୍ଷ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଘୋଷଣା କରିଥିଲେ |

Govt
Leave A Reply