Odisha news

ନବରାତ୍ରି ରେ ମା ନବଦୁର୍ଗା ଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ୧୨ ଟି ଚମତ୍କାର  ଉପାୟ , ଯାହା ଦେବ ଜୀବନ ରେ ସୁଖ ସମୃଦ୍ଧି

0

ଚୈତ୍ର ନବରାତ୍ରି ର ପବିତ୍ର ପର୍ବ ମା ଦୁର୍ଗା ଙ୍କୁ ସମର୍ପିତ ଅଟେ, ଏବଂ ଏହି ସମୟ ରେ ଭକ୍ତମାନେ ମାକାଳୀ, ମହାଲକ୍ଷ୍ମୀ ଓ ମା ସରସ୍ବତୀ ଙ୍କୁ ଆରାଧନା କରି ନିଜର ମନସ୍କାମନା ପୁର୍ଣ କରିବା ପାଇଁ ପୂଜା ପାଠ କରି ଥାଆନ୍ତି l
ମା ଦୁର୍ଗା ଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ –
* ଯେଉଁଠି ନବରାତ୍ରି ରେ ନିଜ ଘରେ ମା ଭଗବତୀ, ଲକ୍ଷ୍ମୀ ଓ ସରସ୍ବତୀ ଙ୍କୁ ମଧ୍ୟ ସ୍ଥାପନା କରିବା ଜରୁରୀ, ଏହାଦ୍ୱାରା ମା ନବଦୁର୍ଗା ଙ୍କ କୃପା ପ୍ରାପ୍ତ ହାଇଥାଏ l
* ୯ ଦିନ ପର୍ଯ୍ୟନ୍ତ ମା ଙ୍କ ବ୍ରତ ନିଷ୍ଠା ଭାବରେ କରିବା ଜରୁରୀ, ଯଦି ନଅଦିନ ବ୍ରତ କରି ପାରୁ ନାହାନ୍ତି ତେବେ ପ୍ରଥମ ୪ଦିନ ନିହାତି ବ୍ରତ କରନ୍ତୁ l
* ନବରାତ୍ରି ର ୯ ଦିନ ପର୍ଯ୍ୟନ୍ତ ମା ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇ ରଖନ୍ତୁ l
* ନବରାତ୍ରି ର ନଅଦିନ ପର୍ଯ୍ୟନ୍ତ ମାଙ୍କ ନିକଟରେ ନବାର୍ଣ୍ଣ ମନ୍ତ୍ର ‘ ଓଂ ଏଂ ହିଂ କ୍ଳିଙ୍ଗ ଚାମୁଣ୍ଡlୟେ ବିଚୈ ନମଃ ‘ ମନ୍ତ୍ର ପାଠ କରନ୍ତୁ l
* ନବ ଦୁର୍ଗା ଙ୍କ ନିକଟରେ ନଅଦିନ ପର୍ଯ୍ୟନ୍ତ ଦୁର୍ଗା ସପ୍ତସତୀ ପାଠ କରନ୍ତୁ l
* ନବରାତ୍ରି ସମୟ ରେ ନାଲି ରଙ୍ଗର ଆସନ ବ୍ୟବହାର କରନ୍ତୁ l ଏହାଦ୍ୱାରା ମାଙ୍କ କୃପା ପ୍ରାପ୍ତି ହୋଇଥାଏ l
* ନବରାତ୍ରି ସମୟ ରେ ନାଲି, ହଳଦିଆ, ଗୋଲାପୀ, ସବୁଜ, ବାଇଗଣୀ, ଧଳା, ଇତ୍ୟାଦି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ l
* ସକାଳ ସମୟ ରେ ମା ଦୁର୍ଗା ଙ୍କ ନିକଟରେ ମହୁ ଓ ଦୁଗ୍ଧ ଅର୍ପଣ କରନ୍ତୁ l
* ନବରାତ୍ରି ସମୟ ରେ ଶେଷଦିନ ପୁସ୍ତକ, ବାଦ୍ୟଯନ୍ତ୍ର ଓ କଲମ ପୂଜା କରିବା ଶୁଭ ଅଟେ l
* ମହାଷ୍ଟମୀ ଓ ମହାନବମୀ ଦିନ କନ୍ୟା ପୂଜନ କରିବା ମଧ୍ୟ ଆବଶ୍ୟକ l
* ଏହି ନଅଦିନ ମଧ୍ୟରେ ଗରିବ ଙ୍କୁ ଅନ୍ନ କିମ୍ବା ବସ୍ତ୍ର ଦାନ କରିବା ଖୁବ ଶୁଭ ଅଟେ l
* ମା ଦୁର୍ଗା ଙ୍କୁ ତୁଳସୀ ଓ ଦୁବ ଘାସ ନବରାତ୍ରି ସମୟରେ ଅର୍ପଣ କରିବା ନିଶିଧ ଅଟେ, କିନ୍ତୁ ଆପଣ ଏହାକୁ କଳସ ରେ ଅର୍ପଣ କରିବା ଜରୁରୀ l

Leave A Reply