Odisha news

କେନ୍ଦ୍ର ଖଣି ସଚିବ ଶ୍ରୀ ଆଲୋକ ଟଣ୍ଡନ, ଆଇ.ଏ.ଏସ୍, ଙ୍କ ଦ୍ୱାରା ଅନୁଗୋଳସ୍ଥିତ ନାଲକୋର ଲିନ୍ ସ୍ଲରି ପ୍ରକଳ୍ପ ଉଦ୍ଘାଟିତ

ଅନୁଗୋଳ/ଭୁବନେଶ୍ୱର : କେନ୍ଦ୍ର ଖଣି ସଚିବ, ଶ୍ରୀ ଆଲୋକ ଟଣ୍ଡନ୍, ଆଇଏଏସ୍, ଆଜି ଅନୁଗୋଳଠାରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ଲିନ୍ ସ୍ଲରି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ନାଲକୋର ବ୍ୟବସାୟିକ ସଫଳତା ତଥା ପରିବେଶ ପରିଚାଳନା ଏବଂ ଉତ୍ତମ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ।

ନାଲକୋର ଏହି ଲିନ୍ ସ୍ଲରି ପ୍ରକଳ୍ପ କାର୍ୟ୍ୟକ୍ଷମ ହେବା ଦ୍ୱାରା କମ୍ପାନୀର ନିଜସ୍ୱ ବିଦ୍ୟୁତ୍ ପ୍ରକଳ୍ପର ପାଉଁଶର ଶତ ପ୍ରତିଶତ ବିନିଯୋଗ ହୋଇପାରିବ । ଏହା ପରିବେଶ ଅନୁକୂଳ ବାତାବରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ତଥା ନାଲକୋର ନିଜସ୍ୱ ବିଦ୍ୟୁତ୍ ପ୍ରକଳ୍ପର ସୁପରିଚାଳନା ପାଇଁ ସହାୟକ ହୋଇପାରିବ ।

ଏଠାରେ ଉଲ୍ଲେଖନୀୟ ଯେ ଆଜି କେନ୍ଦ୍ର ଖଣି ସଚିବ ଶ୍ରୀ ଆଲୋକ ଟଣ୍ଡନ୍, ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ରଙ୍କ ସହିତ ଅନୁଗୋଳଠାରେ ଅବସ୍ଥିତ ନାଲକୋର ସ୍ମେଲଟର ଏବଂ ନିଜସ୍ୱ ବିଦ୍ୟୁତ୍ ପ୍ରକଳ୍ପ ଗସ୍ତ କରିବା ସହ ଚଳିତ ଆର୍ଥିକ ବର୍ଷର ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଉତ୍ପାଦନର ଧାର୍ୟ୍ୟ ଲକ୍ଷ୍ୟ ହାସଲ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଥିବାରୁ ନାଲକୋର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ କେନ୍ଦ୍ର ଖଣି ସଚିବ ନାଲକୋର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଏବଂ ଉନ୍ନତ ଉତ୍ପାଦନ ଓ ଉତ୍ପାଦକତାର ପରମ୍ପରାକୁ ବଜାୟ ରଖିବାପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ।

Govt

Comments are closed.