Odisha news

ମୋଦୀ ଗ୍ୟାରେଣ୍ଟି : ଓଡିଶାରୁ ମାଓବାଦୀଙ୍କୁ ଚେତାବନୀ , ନକ୍ସଲ ମୁକ୍ତ ହେବ ଭାରତ

0

ଭୁବନେଶ୍ଵର: ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତର ସ୍ଵପ୍ନକୁ ସତ କରିବାକୁ ଓଡିଶା, ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତି ଅଞ୍ଚଳରେ ଜୋରଦାର ଚାଲିଛି ମାଓମୁକ୍ତ ଅପରେସନ । ଦିନେ ନକ୍ସଲଙ୍କୁ ଚେତାବନୀ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ- ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅ, ନହେଲେ ତ୍ରାହି ନାହିଁ.. ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓମୁକ୍ତ କରିବାକୁ ଡେଡ୍ ଲାଇନ୍ ଥିବା ବେଳେ ଏହାକୁ ସତ କରିଦେଖାଇବାରେ ଜୋରଦାର ଚାଲିଛି ଅପରେସନ୍ । ଆଉ ଏହାର ବଡ଼ ଉଦାହରଣ ବିଭିନ୍ନ ସମୟରେ ଓଡିଶା ସୀମାବର୍ତ୍ତୀ ରାଜ୍ୟରୁ ଆସୁଥିବା ବେଳେ ଆଜି ଯେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ଓଡିଶା ଆସିଛନ୍ତି ସେତେବେଳେ ମାଓବାଦ ବିରୋଧରେ ଓଡିଶାରୁ ଚେତାବନୀ ଦେଇଛନ୍ତି ।

ଦେଶରୁ ମୂଳପୋଛ ହେବ ନକ୍ସଲବାଦ, ମାଓମୁକ୍ତ ହେବ ଭାରତ । ଆଦିବାସୀ ଇଲାକାରେ ହିଂସା ଘଟିବନି ବରଂ ବିକାଶର ନୂଆ ଗଙ୍ଗା ବହିବ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି କହି ପୁଣି ଥରେ ଓଡିଶାରୁ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ସମୟ ଥିଲା ଦେଶରେ ମାଓ ହିଂସା ବଢିବାରେ ଲାଗିଥିଲା । ପ୍ରତଦିନ ମାଓବାଦୀଙ୍କ ବର୍ବରକାଣ୍ଡର ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲା । କେଉଁଠି ଟିଫିନ ବୋମା ବିସ୍ଫୋରଣ ତ କେଉଁଠି ନିରୀହ ଲୋକଙ୍କୁ ଗୁଳି କରି କିମ୍ବା ଗଳା କାଟି ହତ୍ୟା କରାଯାଉଥିଲା । ହେଲେ ଏବେ ମାଓବାଦୀଙ୍କୁ ନିସ୍ତାର ଦେଉନାହାନ୍ତି ମୋଦୀ ସରକାର । ଗୋଡେଇ ଗୋଡେଇ ଜଣ ଜଣ କରି ମାଓବାଦୀଙ୍କୁ ନିପାତ କରାଯାଉଛି । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦିଆଯାଉଥିବା ବେଳେ ମାଓବାଦୀଙ୍କ ଉପରେ କଠୋର ଆକ୍ସନ ଫଳରେ ଭୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି ।

ତେବେ ମୋଦୀ ମାଓବାଦର ମୂଳପୋଛ କଥା କହିବା ବେଳେ ଆହୁରି ମଧ୍ୟ କହିଛନ୍ତି – ବିଜେପି ସରକାର ହିଂସା କରୁଥିବା ଏବଂ ହିଂସାରେ ଜଡିତ ଲୋକଙ୍କ ବିରୋଧରେ କଠୋର ଆକ୍ସନ ଗ୍ରହଣ କରିଛି । ତାସହ ଆଦିବାସୀ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେଇଛି । ଯାହାଦ୍ଵାରା ନକ୍ସଲଙ୍କୁ ନେଇ ଉପୁଜୁଥିବା ହିଂସା ଏବେ କେବଳ କିଛି ଜିଲ୍ଲାରେ ସୀମିତ ରହିଛି ।

 

Leave A Reply