Odisha news

ସବୁଠୁ ଅଧିକ ମାଇଲେଜ୍ ଦେବ ମାରୁତି ର ଏହି ପେଟ୍ରୋଲ କାର , ବୁକିଂ ହେଲା ଆରମ୍ଭ

ନୂଆଦିଲ୍ଲୀ : ମାରୁତି ଗାଡ଼ିର ସୌକିନ ଥିବା ଲୋକ ମାନଙ୍କ ପାଇଁ ଚଳିତ ବର୍ଷ ଦୀପାବଳୀ ରେ ଆସୁଚି ଅଦ୍ଭୁତ ସୁଯୋଗ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମାରୁତି ସୂଜୁକି ର ମାରୁତି ସୁଜୁକି ସିଲେରିଓ ର ନୂଆ ଭର୍ଜନ୍ ଭାରତରେ ୧୦ ନମ୍ୱର୍ ରେ ଲଞ୍ଚ ହେବ । ଏହି ଗାଡିର ଦୀର୍ଘ ଦିନରୁ ଅପେକ୍ଷା ଥିଲା ଏବଂ ବର୍ତ୍ତମାନ୍ ଏହି କମ୍ପାନୀ ପକ୍ଷରୁ ଦୀପାବଳୀ ର ଶୁଭ ଅବସରରେ ବୁକିଂ ମଧ୍ୟ ଆରମ୍ଭ ହୋଇ ଯାଇଛି ।
କମ୍ପାନୀରୁ ମିଳିଥିବା ସୂଚନା ଅନୁସାରେ ହରିୟାଣା ର ମାନେ ସର୍ ପ୍ଲାଣ୍ଟ ରେ ନୂଆ ସେଲେରିଓ ର ପ୍ରଡକ୍ସନ ଆରମ୍ଭ ହୋଇ ଯାଇଛି । ତା ସହିତ କମ୍ପାନୀ ପକ୍ଷରୁ କୁହାଯାଇଛି ସେଳେରିଓ ର ନୂଆ ଭର୍ଜନ ୧୧ ହଜାର ଟଙ୍କା ଟୋକନ୍ ଦେଇ ବୁକିଂ କରି ପାରିବେ ।
ବୁକିଂ କରିବା ପାଇଁ ଅଫିସିଆଲ୍ ୱେବ୍ ସାଇଡ https://www.marutisuzuki.com/ ଯାଇ ବୁକିଂ କରିବାକୁ ହେବ । ଏହା ବ୍ୟତୀତ ଅଧିକୃତ ମାରୁତି ଶୋ ରୁମ୍ ରୁ କାର ବୁକିଂ କରାଯାଇ ପାରିବ । କମ୍ପାନୀ ପକ୍ଷରୁ କୁହା ଯାଇଛି ଯେ ପ୍ରତି ଲିଟର ୨୬ କିଲୋମିଟର ଚାଲିବ । ମାର୍କେଟ ରେ ଏହି ଗାଡିକୁ ଟକର୍ ଦେବ Tata Tiago , Datsun go ଓ Hyundai Santro ଭଳି ଗାଡ଼ି ରହିଛି ।
Govt

Comments are closed.