Odisha news

ମୋଗଲ ପାଟଣାଠାରେ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

0

ମାହାଙ୍ଗା  : ଗତ କାଲି ମାହାଙ୍ଗା ବ୍ଲକର ରାହାଣୀଆ ପଞ୍ଚାୟତ ଅନ୍ତର୍ଗତ ମୋଗଲପାଟଣା ଗ୍ରାମର ଗୋବରୀ ନଦୀ କୂଳରେ ୮୭ ଲକ୍ଷ ଟଙ୍କାରେ ନିର୍ମିତ ଏକ ପାନୀୟଜଳ ପ୍ରକଳ୍ପକୁ ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟିତ କରିଛନ୍ତି । ଏହି ପ୍ରକଳ୍ପରେ ୫୦ ହଜାର ଲିଟର ଜଳ ଧାରଣ କରିବାର କ୍ଷମତା ରହିଥିବା ଜଣାପଡିଛି । ପଞ୍ଚାୟତବାସୀଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସରପଂଚ କାର୍ତ୍ତିକ ଜେନା, ବିଜେଡି ସଭାପତି ରାଜକିଶୋର ଜେନା, ଯୁବନେତା ଶରତ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା ବେହେରା, ସମାଜସେବୀ ଯୁଗଳ ସାମଲ, ଅଶୋକ ବିଶ୍ୱାଳ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇଥିଲେ । ଏହି ପ୍ରକଳ୍ପ ନିର୍ମାଣ ହେବା ଫଳରେ ମୋଗଲପାଟଣା ଗାଁରେ ପିଇବା ପାଣିର ସଂକଟ ଦୂର ହୋଇ ପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

Leave A Reply