Odisha news

୯୭ ବର୍ଷୀୟା ସରପଞ୍ଚ

0

ପୁରୁଣାବାସ : ରାଜସ୍ଥାନର ଶୀକର୍‌ ଜିଲ୍ଲା ଅନ୍ତର୍ଗତ ପୁରୁଣାବାସ ପଞ୍ଚାୟତରେ ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀଙ୍କୁ ସରପଞ୍ଚ ଭାବେ ଗ୍ରାମବାସୀ ବିଜୟୀ କରିଛନ୍ତି । ସେ ପ୍ରତିଦ୍ୱନ୍ଦୀ ଆରତୀ ମୀଣାଙ୍କୁ ୨୦୭ ଖଣ୍ଡ ଭୋଟ୍‌ରେ ହରାଇଛନ୍ତି । ତାଙ୍କୁ ସମୁଦାୟ ୮୪୩ ଭୋଟ୍‌ ମିଳିଛି । ପାଣି, ପରିବେଶ ଓ ସ୍ୱଚ୍ଛତା ଆଦି ପ୍ରସଙ୍ଗରେ ସେ ଲୋକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ପୂର୍ବରୁ ତାଙ୍କ ଶ୍ୱଶୁର ୨୦ ବର୍ଷ ପର୍ଯ୍ୟନ୍ତ ପଞ୍ଚାୟତ ଆସନରେ ଥିଲେ । ତା’ପରେ ତାଙ୍କ ସ୍ୱାମୀ ଥରେ ସରପଞ୍ଚ ଓ ତାଙ୍କ ଦୁଇ ପୁଅ ଦୁଇଥର ସରପଞ୍ଚ ଦାୟିତ୍ୱ ତୁଲାଇଛନ୍ତି । ୯୭ ବର୍ଷରେ ସରପଞ୍ଚ ଆସନ ଜିତି ବିଦ୍ୟା ସବୁଠୁ ବୟସ୍କ ସରପଞ୍ଚର ମାନ୍ୟତା ପାଇଛନ୍ତି । ସରପଞ୍ଚ ପଦ ଜିତିଥିବାରୁ ସମସ୍ତ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତା’ସହ ରାଜସ୍ଥାନର

Leave A Reply

Your email address will not be published.