ସେପ୍ଟେମ୍ବର ୨୯ ତାରିଖ ରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କୁ କାନାଡ଼ା ଅଫିସିଆଲି ଆତଙ୍କବାଦୀ ସଂଗଠନ ଘୋଷଣା କରିସାରିଛି l କିନ୍ତୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଆମକୁ ଅଟକାଇ ପରିବ ନାହିଁ ବୋଲି ଗୋଟିଏ ପୋଷ୍ଟ କରିଛି , ଏବଂ ଏହାର କିଛି ସମୟ ପରେ ପୁଣି ଗୁଳି ଫୁଟିବାର ଖବର ପୋଲିସ୍ କୁ ମିଳିଛି l ଦେଶ ରୁ ନେଇ ବିଦେଶ ପର୍ଯ୍ୟନ୍ତ ହାହା କାର ସୃଷ୍ଟି କରିଥିବା ଲରେନ୍ସ ବିଷ୍ଣୋଇ କିଏ ? ଯେଉଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହଜାଇ ଦେଇଛି କାନାଡ଼ା ସରକାର ଙ୍କ ନିଦ , ଯାହାର ନାମ ଆଜି ଭାରତର ବଡ଼ ବଡ଼ ଗ୍ୟାଙ୍ଗ ଷ୍ଟାର ଙ୍କ ନାମ ସହିତ ତୁଳନା କରା ଯାଉଛି l
ବାପା ଥିଲେ ପୋଲିସ କର୍ମୀ କିନ୍ତୁ ପୁଅ ହେଲା ଗ୍ୟାଙ୍ଗ ଷ୍ଟାର
କିପରି ଜନ୍ମ ନେଲା ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଷ୍ଣୋଇ
ଛାତ୍ର ରାଜନୀତି ସଜାଇଥିଲା କୁଖ୍ୟାତ ଅପରାଧୀ ରେ
ଜେଲ ରୁ କରୁଛି ଲରେନ୍ସ ଅପରାଧ ସାମ୍ରାଜ୍ୟ ବିସ୍ତାର
ଯାହା ଆଜି କାନାଡ଼ା ସରକାରଙ୍କ ହଜାଇଛି ନିଦ
ମହାରାଷ୍ଟ୍ର ର ରାଜନୀତି ରେ ଗୋଟିଏ ପ୍ରମୁଖ ଚେହେରା ବାବା ସିଦ୍ଦିକି, ଯାହାଙ୍କୁ ଅକ୍ଟୋବର ୧୨ ୨୦୨୪ ରେ ଗୁଳି ମାରି ହତ୍ୟା କରାଯାଇଥିଲା, ବାବା ସିଦ୍ଦିକି କେବଳ ରାଜନୀତିରେ ସୀମିତ ନୁହନ୍ତି, ବଲିଉଡ ଇଣ୍ଡସ୍ଟ୍ରୀ ରେ ମଧ୍ୟ ତାଙ୍କ ଦବ ଦବା ରହିଥିଲା, ବାବା ସିଦ୍ଦିକି ହତ୍ୟାର ଜିମା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିଲା l
ଲରେନ୍ସ ବିଷ୍ଣୋଇ ବର୍ତମାନ କ୍ରାଇମ ଦୁନିଆର ଏଭଳି ଗୋଟିଏ ଚର୍ଚିତ ଚେହେରା ହୋଇଯାଇଛି, ଯାହା ବିଷୟରେ ଆମେ ଅନେକ ତଥ୍ୟ ଜାଣିନାହୁଁ, ଗତ କିଛି ବର୍ଷ ହେଲାଣି ଆମେ ଶୁଣି ଆସୁଛୁ ଯେ ବଲିଉଡ ଭାଇ ଯାନ୍ ସଲମାନ ଖାନ ଙ୍କୁ ହତ୍ୟାର ଧମକ ଲଗାତାର ମିଳି ଆସୁଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିକଟରୁ l
କିନ୍ତୁ ସବୁଠୁ ବଡ଼ କଥା ହେଲା ଜେଲ ରେ ବନ୍ଦ ଥାଇ ମଧ୍ୟ ଲରେନ୍ସ କାହାକୁ କିପରି ହତ୍ୟା କରିବ ତାହା ସ୍ଥିର କରିଥାଏ l ବାବା ସିଦ୍ଦିକି ଙ୍କ ହତ୍ୟାର ପ୍ଲାନ ମଧ୍ୟ ପଟିଆଲା ଜେଲ ରେ ହୋଇଥିଲା l
ଫେବୃଆରୀ ୧୨ ତାରିଖ ୧୯୯୩ ରେ ପଞ୍ଜାବ ରାଜ୍ୟର ଫଜୀଲକା ଜିଲ୍ଲାରେ ଜନ୍ମ ହୋଇଥିବା ଲରେନ୍ସ ବିଷ୍ଣୋଇ ଙ୍କ ଗଣନା ଦେଶ ଓ ବିଦେଶ ର ବଡ଼ ବଡ଼ ଗ୍ୟାଙ୍ଗ ଷ୍ଟାର ଙ୍କ ସହିତ ହେଉଛି, NIA ର ଚାର୍ଜସିଟ ଦ୍ୱାରା ଏହା ଜଣା ପଡୁଛି ଯେ ଲରେନ୍ସ ବିଷ୍ଣୋଇ ଓ ତାର ଗୃପ ସବୁଆଡେ ଏଭଳି ଛାଇ ହୋଇ ରହିଛନ୍ତି ଯେପରି ୯୦ ଦଶକ ରେ ଦାଉଦ ଇବ୍ରାହିମ ର ନେଟୱାର୍କ ଥିଲା l
ଛାତ୍ର ରାଜନୀତି ରୁ ଅପରାଧର ର ଦୁନିଆ –
ଇଣ୍ଟରନେଟ ର ତଥ୍ୟ ଅନୁସାରେ ଲରେନ୍ସ ବିଷ୍ଣୋଇ ଫେବୃଆରୀ ୧୨, ୧୯୯୩ ଜନ୍ମ ହୋଇଥିଲା, ଲରେନ୍ସ ର ପିତା ହରିୟାଣା ପୋଲିସ ରେ ଜଣେ ସିପାହୀ ଥିଲେ, ଲରେନ୍ସ ର ପ୍ରକୃତ ନାମ ସତବିନ୍ଦର ସିଂ, ତାଙ୍କ ପିତା-ମତ ଚାହୁଁଥିଲେ ସେ ବାହାରକୁ ଯାଆନ୍ତୁ, ତେଣୁ ଚଣ୍ଡୀଗଡ଼ ର ଡ଼ିଏଭି ସ୍କୁଲ ରେ ତାର ଆଡ଼ମିସନ କରାଇଥିଲେ, ଲାରେନ୍ସ ର ଖେଳ ରେ ରୁଚି ଥିଲା, ତେଣୁ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ କୁ ମଝିରେ ମଝିରେ ଯିବା ଆସିବା କରୁଥିଲା, ୨୦୦୭ ରେ ଆଇନ ରେ ଶିକ୍ଷା ଗ୍ରହଣ ପାଇଁ ପଞ୍ଜାବ ୟୁନିଭର୍ସିଟି ରେ ଆଡ଼ମିସନ ନେଲା l
ଦି ହିନ୍ଦୁ ର ରିପୋର୍ଟ ଅନୁସାରେ ୨୦୦୮ ରେ ଲରେନ୍ସ ର ସାଙ୍ଗ ରବୀନ ବରାଦ ଛାତ୍ର ସଂସଦ ନିର୍ବାଚନ ରେ ଅଂଶ ଗ୍ରହଣ କଲା, ଏବଂ ନିଜ ସାଙ୍ଗର ପ୍ରତିଦ୍ବନ୍ଦୀ କୁ ଲରେନ୍ସ ସାଙ୍ଗର ଲାଇସେନ୍ସ ଥିବା ବନ୍ଧୁକ ରୁ ଗୁଳି ମାରିଥିଲା, ଏହାପରେ ପୋଲିସ ଲରେନ୍ସ ସହିତ ଅନ୍ୟ ସହଯୋଗୀଙ୍କ ନାମରେ ଆଟେମ୍ପଟ ଟୁ ମର୍ଡର ଚାର୍ଜସିଟ ପ୍ରସ୍ତୁତ କଲା l
ଲରେନ୍ସ ଏହି କାରଣରୁ ୨ମାସ ଜେଲ ରେ ରହିଥିଲା, ଏବଂ ଲରେନ୍ସ ର ସାଙ୍ଗ ଛାତ୍ର ନିର୍ବାଚନ ରେ ହାରି ଯାଇଥିଲା, ଜେଲ ରୁ ବାହାରି ଲରେନ୍ସ ବିଜୟୀ ପାର୍ଥି ର ଭାଇ କୁ ଗୁଳି ମାରିଥିଲା, ଏବଂ ଆଉଥରେ ଆଟେମ୍ପଟ ଟୁ ମର୍ଡର କେଶ ରେ ଗିରଫ ହୋଇ ଜେଲ ଗଲା, ଜେଲ ରେ ଥିବା ସମୟ ରେ ଅନେକ ଅପରାଧୀ ଙ୍କ ସହିତ ଲରେନ୍ସ ର ସାକ୍ଷାତ ହୋଇଥିଲା, ଯାହାକି ତାକୁ ଅପରାଧ ଦୁନିଆରେ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା l
ଜେଲ୍ ରୁ ରିହା ହେବାପରେ ୨୦୧୧ ରେ ଛାତ୍ର ରାଜନୀତି ରେ ସକ୍ରିୟ ରହିଲା ଲରେନ୍ସ ଏବଂ ଅଧ୍ୟକ୍ଷ ପଦବୀ ରେ ବିଜୟ ଲାଭ କରିଥିଲା, ସେହି ସମୟରେ ଗୋଲଡି ବରାଦ ସହିତ ତାର ସାକ୍ଷାତ ହୋଇଥିଲା, ୨୦୧୨ ରେ ଗ୍ରାଜୁଏସନ ପରେ ମଧ୍ୟ ଛାତ୍ର ରାଜନୀତି ରେ ଲରେନ୍ସ ନିଜର ପତିଆରା ରଖିଥିଲା l ଏଥି ମଧ୍ୟରେ ଲରେନ୍ସ ଗ୍ୟାଙ୍ଗ ବଢି ଯାଇଥିଲା, କଲେଜ ଓ ୟୁନିଭର୍ସିଟି ର ଛାତ୍ର ସଙ୍ଘ ମତଦାନ ରେ ଲରେନ୍ସ ଗ୍ୟାଙ୍ଗ ପାର୍ଥି ଚୟନ କରୁଥିଲେ l
ଧୀରେ ଧୀରେ ବଢିଥିଲା ଲରେନ୍ସ ର ଅପରାଧର ସାମ୍ରାଜ୍ୟ, ୨୦୧୩ ରେ ଲୁଧିଆନା ନଗରନିଗମ ନିର୍ବାଚନ ରେ ଜଣେ ପାର୍ଥୀଙ୍କର ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ରାଜସ୍ଥାନ ର ଜୟପୁରରେ ନିଜର ଜଣେ ବନ୍ଧୁ ଙ୍କ ଘରେ ଲୁଚି ରହିଥିଲା ଏଠାରେ ସେ ମଦ ବ୍ୟବସାୟ ରେ ନିଜ ଭାଗ୍ୟ ପରୀକ୍ଷା କରିଥିଲା l ନିଜ ଦାଦା ପୁଅ ଭାଇ ଅମନଦୀପ ର ମଦ ବ୍ୟବସାୟର ଲରେନ୍ସ ପଇସା ଲଗାଇବା ଆରମ୍ଭ କଲା, କିନ୍ତୁ ଅମନଦୀପ କୁ କିଛି ବ୍ୟକ୍ତି ହତ୍ୟା କରିଦେଲେ, ଏହାପରେ ଲରେନ୍ସ ଲଗାତାର ୨ବର୍ଷ ପର୍ଯ୍ୟନ୍ତ ଭାଇର ହତ୍ୟାକାରୀଙ୍କ ହିଟ ଲିଷ୍ଟ କରି ତାଙ୍କୁ ହତ୍ୟା କରିଥିଲା l
୨୦୧୪ ରେ ଲରେନ୍ସ କୁ ଗୁରୁଃଗ୍ରାମ ରୁ ଗିରଫ କରାଗଲା, ଏବଂ ସେ ପୋଲିସ କଷ୍ଟଡି ରୁ ଖସି ପଳାଇଥିଲା, ଏହାପରେ ୨୦୧୬ ରେ ପୁନର୍ବାର ଗିରଫ କରାଗଲା, ଲରେନ୍ସ ଜେଲ ରେ ଥିଲା କିନ୍ତୁ ତାର ଅପରାଧର ସାମ୍ରାଜ୍ୟ ବଢି ଚାଲିଛି , ସେ ଜେଲ ରେ ଅପରାଧୀଙ୍କ ସହିତ ମିଶିଥାଏ, ତାଙ୍କୁ ନିଜ ଗ୍ୟାଙ୍ଗ ରେ ସାମିଲ କରିଥାଏ, ଏବଂ ଆଗାମୀ ଶିକାର ପାଇଁ ପ୍ଲାନିଂ କରିଥାଏ, NIA ରିପୋର୍ଟ ଅନୁସାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ରେ ୭୦୦ ରୁ ଅଧିକ ସୁଟର ଅଛନ୍ତି , ୨୦୨୨ ର ରିପୋର୍ଟ ଅନୁସାରେ ୧୨ ବର୍ଷ ମଧ୍ୟରେ ଲରେନ୍ସ ବିଷ୍ଣୋଇ ବିରୁଦ୍ଧରେ ୩୬ ଟି ମାମଲା ରୁଜୁ ହୋଇଛି l ଅଗଷ୍ଟ ୨୦୨୩ ରୁ ଲରେନ୍ସ ବିଷ୍ଣୋଇ ଗୁଜୁରାଟ ର ସାବରମତୀ ଜେଲ ରେ ବନ୍ଦ ରହିଛି l