Odisha news

ମଞ୍ଚରୁ ପଡି ଲାଲୁଙ୍କ ସମୁଦି ଆହତ

0

ଅକେଫାବର ୨୮ ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ନେତା ତଥା ଲାଲୁ ଯାଦବଙ୍କ ବଡପୁଅ ତେଜପ୍ରତାପ ଯାଦବଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟଙ୍କ ସଭା ପାଇଁ ତିଆରି ହୋଇଥିବା ମଞ୍ଚ ଅଚାନକ ଭାଙ୍ଗିପଡିବାରୁ ଚନ୍ଦ୍ରିକାଙ୍କ ସମେତ ଅନେକ ନେତା ଆହତ ହୋଇଛନ୍ତି । ମଞ୍ଚ ଉପରେ ଥିବା ନେତାମାନଙ୍କୁ ମାଳ ପିନ୍ଧାଇବା ପାଇଁ ଲୋକଙ୍କ ଭିତରେ ଖୁବ୍‌ ପ୍ରତିଯୋଗିତା ହେଲା । ଏକସଂଗେ ବହୁଲୋକ ମଞ୍ଚ ଉପରକୁ ଚଢିଯିବାରୁ ଏପରି ଦୁର୍ଘଟଣା ଘଟିଲା । ମଞ୍ଚ ଭାଙ୍ଗିଯିବାରୁ ସଭାରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହେଲା । ଆହତ ନେତା ଓ ଲୋକମାନଙ୍କୁ ଶିଘ୍ରାତିଶୀଘ୍ର ପ୍ରାଥମିକ ଚିକିତ୍ସା ଯୋଗାଇବାରେ ସମସ୍ତେ ଲାଗିପଡ଼ିଲେ । ସଭା ସୋନପୁରରେ ହେଉଥିଲା । ମଞ୍ଚରେ ମହଜୁଦ ଥିଲେ ବିଜେପି ନେତା ରାଜୀବ ପ୍ରତାପ ରୁଡ ଓ ସ୍ଥାନୀୟ ବିଧାୟକ ତଥା ଅନେକ ନେତା । ରାଜୀବ ପ୍ରତାପଙ୍କ ଭାଷଣ ପରେ ଚନ୍ଦ୍ରିକାଙ୍କ ପାଳି ପଡ଼ିଥାନ୍ତା । ଏହି ସମୟରେ ଦଳେ ଲୋକ ଫୁଲମାଳ ଧରି ମଞ୍ଚ ଉପରକୁ ହଠାତ୍‌ ଚଢିଯିବାରୁ ଅଘଟଣ ଘଟିଲା ।

Leave A Reply