Odisha news

କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବରେ ଆୟୋଜିତ ହେଲା ୨୪ତମ ସାହିତ୍ୟ ସମାବେଶ

0

କୋଣାର୍କ, ସ୍ୱର୍ଗତ ଗୁରୁ ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନଙ୍କ ପ୍ରତିଷ୍ଠିତ ଗୁରୁକୁଳ ନାଟ୍ୟମଣ୍ଡପ ପକ୍ଷରୁ ଅୟୋଜିତ ତିନି ଦିନିଆ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଅୟୋଜିତ ହେଉଅଛି । ନୃତ୍ୟ ଓ ସଙ୍ଗୀତ ସହ ସାହିତ୍ୟକୁ ବଂଚାଇବା ଓ ସାହିତ୍ୟ ରସିକ ମାନଙ୍କୁ ନୃତ୍ୟ ଓ ସଙ୍ଗୀତ ମହାର୍ଘ୍ୟରେ ମିଳନ କରିବା ଉଦେଶ୍ୟ ନେଇ ସ୍ୱର୍ଗତ ଗୁରୁ ଏହି ପରିପ୍ରେକ୍ଷିରେ କୋଣାର୍କ ସାହିତ୍ୟ ଉତ୍ସବର ସୃଷ୍ଟି କରିଥିଲେ । ଏହି ମହାର୍ଘ୍ୟ ଅବସରରେ ଗୁରୁବାର ପୁର୍ବାହ୍ନରେ ନାଟ୍ୟମଣ୍ଡପ ଆନୁକୁଲ୍ୟରେ କୋଣାର୍କ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶୀ ନୃତ୍ୟ ଓ ଓଡିଆ ସାହିତ୍ୟ ଶିର୍ଷକ ଆଲୋଚନା ସହିତ କବିତା ପାଠୋତ୍ସବ ମାଧ୍ୟମରେ ସାହିତ୍ୟିକ ମାନେ ସେମାନଙ୍କର ଭାବ ଓ ଭାଷାର ଆଦାନ ପ୍ରଦାନ କରିଥିଲେ । ଅଲୋଚନ ଚକ୍ରରେ ମୁଖ୍ୟଅତିଥୀ ଭାବେ ଓଡିଶା ଯୁବଲେଖକ ସମ୍ମେଳନର ଅଧକ୍ଷ କବି ଶଙ୍କର ପରିଡା, ସମ୍ମାନିତ ଅତିଥୀ ଭାବେ କବି ଉମାକାନ୍ତ ମହାପାତ୍ର, କବି ଚିନ୍ମୟ ବିବେକ, କବି କାମଦେବ ମହାରଣା, ରୁକ୍ମୁଣୀ ଦେବୀ, ଉମେଶ ସ୍ୱାଇଁ ଓ ନାଟ୍ୟମଣ୍ଡପ ସହସଂପାଦକ ଗୁରୁପଦ ବଳିୟାରସିଂ ପ୍ରମୁଖ ଯୋଗ ଦେଇ ଓଡିଶୀ ନୃତ୍ୟ ଓ ଓଡିଆ ସାହିତ୍ୟ ଶିର୍ଷକ ଆଲୋଚନା ଉପରେ ଗଭିର ଆଲୋକପାତ କରିଥିଲେ । ନୃତ୍ୟ ଓ ସାହିତ୍ୟ ଉଭୟ ଉଭୟଙ୍କ ପାଇଁ ପରିପୁରକ ଓ ଦୁହେଁ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ବୋଲି ଅତିଥୀ ମାନେ ମତବ୍ୟକ୍ତ କରିଥିଲେ । ପରେ ପରେ ଯୋଗ ଦେଇଥିବା କବି ଓ କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରି ନାଟ୍ୟମଣ୍ଡପ ପରିସରରେ ପ୍ରେମର ଭାବ ବାଂଟିି ଥିଲେ । ବିଶିଷ୍ଟ କବି ହରେକୃଷ୍ଣ ପ୍ରଧାନୀ, ବିଚିତ୍ରା ଦାଶ, ବରିଷ୍ଠ ଯୋଗାଚାର୍ଯ୍ୟ ମହେଶ୍ୱର ସାମଲ, ରାଧାକୃଷ୍ଣ ପ୍ରଧାନୀ, ଯୋଗେଶ୍ୱର ପ୍ରହରାଜ, କବୟତ୍ରୀ ସ୍ୱର୍ଣ୍ଣଲତା ତ୍ରିପାଠୀ, ଡ. ଦିଲ୍ଲିପ ସେନାପତି, ଚିରଞନ ବିଶ୍ୱାଳ, ସୁଜାତା ସିହ୍ନା, ବ୍ରଜରାଜ ସୁନ୍ଦରାୟ ପ୍ରମୁଖ ଯୋଗ ଦେଇଥିଲେ । ମହେନ୍ଦ୍ର କୁମାର ଦାଶ ଓ କଲ୍ପନା ମିଶ୍ର ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ସାହିତ୍ୟ ସଂସଦ ସଂପାଦକ ରବିନ୍ଦ୍ର ନାଥ ବାହିନୀପତି, ସାମ୍ବାଦିକ ଅଜିତ ମଲ୍ଲିକ, ଯୁବ ସଂଗଠକ ପ୍ରତାପ କାଣ୍ଡି, ସୁଦେଶ୍ନା ପ୍ରଧାନ, ବୁଢି ଅପା ଓ ନାଟ୍ୟମଣ୍ଡପର କର୍ମକର୍ତାମାନେ ପରିଚାଳନା କରିଥିଲେ ।

Leave A Reply