Odisha news

ନୂତନ ରାସନ କାର୍ଡ ଆବେଦନ କାରୀ ମାନଙ୍କ ଇ କେ ୱାଇ ସି ଯାଞ୍ଚ ଜରୁରୀ ଅଟେ

0

ଖୋର୍ଦ୍ଧା ତା 19.04.2025 ରିଖ: ସମସ୍ତ ନୂତନ ରାସନ କାର୍ଡ ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି ଓ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଇ କେ ୱାଇ ସି ଯାଞ୍ଚ କରାଇବା ନିହାତି ଜରୁରୀ ଅଟେ l ଏହି ପରିପ୍ରେକ୍ଷୀରେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜଣାଇ ଦିଆଯାଉଛିଯେ କ୍ଷେତ୍ର ତର୍ଜମା ପରେ, ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ ପ୍ରସ୍ତୁତ କରାଯାଉଅଛି l ଏହି ନୂତନ କାର୍ଡ ପ୍ରସ୍ତୁତ କରିବା ସମୟରେ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଇ କେ ୱାଇ ସି ଯାଞ୍ଚ ନିହାତି ଜରୁରୀ ଅଟେ l ଏଣୁ ସମସ୍ତ ଆବେଦନକାରୀ ନିଜ ବ୍ଲକ ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକ ସଙ୍ଗେ ଯୋଗାଯୋଗ କରି ନିଜର ଇ କେ ୱାଇ ସି ଯାଞ୍ଚ କରାଇବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି l

Leave A Reply