Odisha news

ମରଣାନ୍ତକ ଆକ୍ରମଣ ମାମଲାରେ ନିକିରାଇ ଥାନା ପୋଲିସର ଉଦାସୀନତା , ଜିଲ୍ଲାପାଳଙ୍କୁ ଅଭିଯୋଗ

0

କେନ୍ଦ୍ରାପଡା , ୧୪/୯ (ରବୀନ୍ଦ୍ର ଦାଶ ) : ଏକ ମରଣାନ୍ତକ ଆକ୍ରମଣ ମାମଲାରେ ନିକିରାଇ ଥାନା ପୋଲିସର ଉଦାସୀନତା ବିରୋଧରେ ସୋମବାର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ନିକିରାଇ ଥାନା ଅନ୍ତର୍ଗତ ଜୟକୃଷ୍ଣପୁର ଗ୍ରାମର ରନôାକର ବାରିକଙ୍କ ପୂର୍ବ ଶତୃତାକୁ କେନ୍ଦ୍ରକରି ଯୋଜନାବଦ୍ଧ ଭାବେ ଗତ ୪ତାରିଖ ରାତି ୯ଟା ସମୟରେ ସେହିଗ୍ରାମର ମହାପୁରୁଷ ସେଠୀସାହି ଛକରେ ହିରନ ବେଉରା ଓ ତାଙ୍କ ଦାଦାପୁଅ ଭାଇ ବିନୋଦ ବେଉରା ରନôାକରଙ୍କୁ ଘେରିଯାଇ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡମାରିଥିଲେ । ଏହାର ପ୍ରତିବାଦ କରିବାରେ ବିନୋଦ ହଠାତ ନିଜ ଅଂଟାରୁ ଏକ ଭୁଜାଲି ବାହାର କରି ରନôାକରଙ୍କ ବେକକୁ ଲକ୍ଷ୍ୟକରି ଚୋଟ ପକାଇବା ସମୟରେ ରନôାକର ବାମହାତ ଦେଖାଇଦେବାରୁ ତାଙ୍କ ହାତ କଟି ଯାଇଥିଲା ।

ଏହି ସମୟରେ ରନôାକର ବଡପାଟି କରି ଡାକପକାଇବାରୁ ସ୍ଥାନୀୟ ଲୋକେ ଦୈାଡି ଆସିବାରୁ ହିରନ ରନôାକରଙ୍କ ବେକରୁ ଦେଢଭରୀ ଓଜନର ଏକ ସୁନାଚେନ ଛିଡାଇନେଇ ପଳାଇଯିବା ବେଳେ ରନôାକରଙ୍କୁ ଏକୁଟିଆ ପାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଉଭୟ ଅଭିଯୁକ୍ତ ସ୍ଥାନଛାଡି ଦୈାଡି ଚାଲିଯାଇଥିଲେ ବୋଲି ରନôାକର ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ରନôାକରଙ୍କୁ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାରୁ ଫେରି ରନôାକର ନିକିରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେବି ନିକିରାଇ ଥାନା ପୋଲିସ ଅଦ୍ୟାବଧି ଅଭିଯୁକ୍ତମାନଙ୍କୁ ଗିରଫ ନକରିବାରୁ ସେମାନେ ପୁନର୍ବାର ରନôାକରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଭାବରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ ନକରିବା ଓ ସେମାନେ ଖୁଲମଖୁଲା ବୁଲିବା ଘଟଣା ସାଧାରଣରେ ତୀବ୍ର ଉତେଜନା ସୃଷ୍ଟି କରିଛି ।

ତେଣୁ ରନôାକର ଅନ୍ୟ କୈାଣସି ଉପାୟ ନପାଇ ନିକିରାଇ ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏତଦ୍ ଭିନ୍ନ ଗ୍ରାମବାସୀଙ୍କ ପକ୍ଷରୁ ବାବାଜୀ ମଳିକ, ଗୋପିନାଥ ବାରିକ, ଅନନ୍ତ ପ୍ରସାଦ ମଳିକ, ସୁଦାମ ଚରଣ ମଳିକ, ମୀନତୀ ପରିଡା, ପଦ ସେଠୀ, ବାନାମ୍ବର ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।

Leave A Reply