ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କୋବିଡ଼ କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା। ପରୀକ୍ଷା ପୂର୍ବରୁ ଉଚ୍ଚ ବିଦ୍ୟାଳୟ ର ପାଞ୍ଚୋଟି କୋଠରୀ କୁ ସାନିଟାଇଜ କରାଯାଇଥିଲା। ଆଜିର ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୧୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆଡ଼ମିଟ କାର୍ଡ ପ୍ରଦାନ କରାଯାଇଥିଲା।
ସେଥି ମଧ୍ୟରୁ ୧୨୬ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଆଜିର ସପ୍ଲିମେଣ୍ଟାରୀ ପରୀକ୍ଷାରେ ବୋରିଗୁମ୍ମା, କୋଟପାଡ଼ ଓ ଜୟପୁର ବ୍ଲକ ର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସମସ୍ତ ପରୀକ୍ଷାର୍ଥୀ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ପରୀକ୍ଷା ଦେଇଥିଲେ।।ପ୍ରଥମ ଦିନ ପରୀକ୍ଷାରେ ମାତୃଭାଷା ରହିଥିବା ବେଳେ ଆସନ୍ତା ୨୨ ତାରିଖରେ ପରୀକ୍ଷା ଶେଷ ହେବ। ଚଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୧୦୦ ମାର୍କ ପରିବର୍ତ୍ତେ ୮୦ ମାର୍କ ପରୀକ୍ଷା ହୋଇଥିଲା। ସେଥି ମଧ୍ୟରୁ ଅବଜେକଟିବ ୫୦ ମାର୍କ ଏବଂ ସବଜେକଟିବ ୩୦ ମାର୍କ ରହିଛି। ଛାତ୍ର ଛାତ୍ରୀ ମାନେ ମୋଟ ୮୦ ମାର୍କ ରୁ ୨୪ ରଖିଲେ ପାସ ହେବେ ବୋଲି ଜଣାଯାଇଛି।ଅନ୍ୟପଟେ ପରୀକ୍ଷା ପରିଚାଳନା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ହାତରେ ଗ୍ଲୋବସ ପିନ୍ଧି ହାତ ସାନିଟାଇଜ କରିଥିଲେ।