Odisha news

କାଳବୈଶାଖୀ ଯୋଗୁଁ ପଟ୍ଟାମୁଣ୍ଡାଇରେ ବ୍ୟାପକ କ୍ଷତି

0

ପଟ୍ଟାମୁଣ୍ଡାଇ ତା୨୩.୩- ଆଜି ଅପରାହ୍ନ ୪ ଘଟିକା ସମୟରେ ପ୍ରବଳ ପବନ ଘଡଘଡି ସାଙ୍ଗକୁ ଜୋରରେ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇରେ ନାହିଁନଥିବା କ୍ଷୟକ୍ଷତି ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳର ବିଭିନ୍ନ ପଚାଂୟତ ଓ ୱାର୍ଡରେ ବହୁ ବଡ ବଡ ଗଛ ଗୁଡିକ ଭାଙ୍ଗି ଯାଇଛି । ବିଦ୍ୟୁତ ଓ ଟେଲିଫୋନ ଖୁଟଂ ଭାଙ୍ଗିଥିବାରୁ ବିଦ୍ୟୁତ ଓ ଟେଲିସେବା ବ୍ୟାହତ ହେବା ସହିତ ବ୍ୟାପକ ଫସଲହାନୀ ଘଟିଛି । କରୋନା ଭୟ ସାଙ୍ଗକୁ କାଳବୈଶାଖୀର ତାଣ୍ଡବ ପରିସ୍ଥିତି ସଙ୍ଗୀନ କରିଛି । କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା ପାଇଁ ଦାବୀ ହେଉଛି ।

Leave A Reply