Odisha news

ପରୀକ୍ଷା ଖାତାକୁ କରୋନା ଭୂତାଣୁ ମୁକ୍ତ କରିବା ପାଇଁ ମାଇକ୍ରୋୱେଭରେ ରଖିଦେଲେ ପ୍ରଫେସର, ତା’ପରେ..

0

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନାଭାଇରସକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭୂତାଣୁ ସଂକ୍ରମଣରୁ ବଞ୍ଚିବ‌ା ପାଇଁ ଲୋକେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ କାମ କରୁଛନ୍ତି। ହାତକୁ ଭଲ ଭାବରେ ଧୋଇବା ସହ ଜନଗହଳିପୂର୍ଣ୍ଣସ୍ଥାନକୁ ଯିବା ମଧ୍ୟ ବନ୍ଦ କରୁଛନ୍ତି ଲୋକେ। ‌ତେବେ ନିଜକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଜଣେ ପ୍ରଫେସର କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପରୀକ୍ଷା ଖାତାକୁ ଭାଇରସ ମୁକ୍ତ କରିବା ପାଇଁ ସେ ଯେଉଁ ବାଟ ଆପଣାଇଥିଲେ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

ସୂଚନା ମୁତାବକ, ଅତ୍ୟଧିକ ତାପମାତ୍ରରେ ଭାଇରସର ତିଷ୍ଠି ରହିବା ଅସମ୍ଭବ ବୋଲି ପୂର୍ବରୁ ସୂଚନା ଥିବା ବେଳେ ଜଣେ ପ୍ରଫେସର ପରୀକ୍ଷା ଖାତାକୁ ଭୂତାଣୁମୁକ୍ତ କରିବା ପାଇଁ ଏକ ଅଜବ ବାଟ ଆପଣାଇଥିଲେ। ଖାତାକୁ ଏକ ମାଇକ୍ରୋୱେଭରେ ରଖି ଗରମ କରିଥିଲେ। ହେଲେ ଖାତା ଗରମ ହୋଇ ଭୂତାଣୁମୁକ୍ତ ହେବା ପରିବର୍ତ୍ତେ ସେଥିରେ ନିଆଁ ଲାଗିଯାଇଥିଲା। ଏ ବିଷୟରେ ପ୍ରଫେସରଙ୍କ ଜଣେ ଛାତ୍ରୀ ଟୁଇଟ୍ କରି ଜଣାଇଛନ୍ତିି।

emily perez@Lou16em

My professor just told me that if we get a whiff of smoke it’s because another professor put the papers he was grading in the microwave to rid them of any chance of Corona Virus & then the papers caught on fire… I can’t make this stuff up people

75.8K people are talking about this
ତେବେ ଏହି ଖବର ସୋସିଆଲ ମିଡିଆକୁ ଆସିବା ପରେ କିଛି ବ୍ୟବହାରକାରୀ କାଗଜପତ୍ର ଭୂତାଣୁ ସଂକ୍ରମିତ କି ନାହିଁ ଯାଞ୍ଚ କରିବା ପାଇଁ ସରଳ ପ୍ରତିଷେଧକ ଉପାୟ ଆପଣାଇବାକୁ ପରାମର୍ଶ ଦେଇଛନ୍ତି । ଜଣେ ବ୍ୟବହାରକାରୀ ପ୍ରଫେସରଙ୍କ ସାନିଟାଇଜେସନ୍ କରିବା ଶୈଳୀକୁ ପରିହାସ କରି ଲେଖିଛନ୍ତି, “ନିର୍ବୋଧ ପ୍ରଫେସର, ପରୀକ୍ଷା ଖାତା ସଂଗ୍ରହ କରିବାଠୁ ଆରମ୍ଭ କରି ଗ୍ରେଡ୍ କରିବା ମଧ୍ୟରେ ତିନି ସପ୍ତାହ ଲାଗିଥାଏ। ଏ ଭିତରେ ଭୂତାଣୁ ଖାତ‌ାରେ ଲାଗି ରହିବା ଅସମ୍ଭବ। କାରଣ ସେହି ସମୟ ମଧ୍ୟରେ ସେ ତା’ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କୁ ସଂକ୍ରମିତ ହୋଇସାରିଥିବ। ଅନ୍ୟ ଜଣେ ଲେଖିଛନ୍ତି, ସେ ଏଭଳି ନ କରି ଗ୍ଲୋଭସ୍ ପିନ୍ଧିବା ସହ, ହାତ ଧୋଇ ମୁହଁକୁ ସ୍ପର୍ଶ କରିପାରିଥାନ୍ତେ।

ତେବେ ଏହା ପ୍ରଥମ ଘଟଣା ନୁହେଁ, କିଛି ଦିନ ତଳେ ଚୀନର ଜଣେ ମହିଳା ଟଙ୍କାକୁ ଭୂତାଣୁମୁକ୍ତ କରିବା ପାଇଁ ମାଇକ୍ରୋୱେଭରେ ରଖିଥିଲେ, ଯାହା ପରେ ଜଳିଯାଇଥିଲା।

Leave A Reply