ନୂଆଦିିଲ୍ଲୀ: ଏକ ଘୁଷୁରୀ ଛୁଆ ମଣିଷ ମୁହଁ ନେଇ ଜନ୍ମ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଣିଷ ମୁହଁ ନେଇ ଜନ୍ମ ହୋଇଥିବା ଘୁଷୁରୀ ଛୁଆ ଅନ୍ୟ କିଛି ଘୁଷୁରୀ ଛୁଆଙ୍କ ସହ ଜନ୍ମ ହୋଇଥିଲେ ମଧ୍ୟ ତା’ର ହିଁ ଶରୀରରେ ପରିବତ୍ତର୍ନ ଦେଖାଯାଇଛି। ମଣିଷ ଭଳି ଆଖି ରହିବା ସହ ମୁହଁ ମଧ୍ୟ ମଣିଷ ଭଳି ଦେଖାଯାଉଛି। ତେବେ ଘୁଷୁରୀ ଛୁଆର ଏଭଳି ଜନ୍ମ ହେବା ପଛର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଦକ୍ଷିଣ ଆମେରିକାରେ ଅଧିକ ପରିମାଣରେ କୀଟନାଶକ ବ୍ୟବହାର କରାଯାଉଥିବା ହେତୁ ଘୁଷୁରୀ ଛୁଆର ଶରୀରରେ ଏଭଳି ପରିବର୍ତ୍ତନ ଆସିଥିବା ଚର୍ଚ୍ଚା ହେଉଛି।
ଘଟଣାଟି ଘଟିଛି ଭେନେଜୁଏଲାର ଲାରା ରାଜ୍ୟର କେବ୍ରାଡା ଅନ୍ତର୍ଗତ ଆରିବାରେ। ‘ମାନବ ଚେହେରା’, ବିଶାଳ ଆଖି ଏବଂ କେଶ ସହିତ ଜନ୍ମଗ୍ରହଣ କରିଛି ଘୁଷୁରୀ ଛୁଆ। ଘୁଷୁରୀର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଲୋକ ଘୁଷୁରୀ ଛୁଆକୁ ହାତରେ ଧରିଥିବାର ଦେଖାଯାଇଛି। ଘୁଷୁରୀର ରଙ୍ଗ ଧୂଷର ହୋଇଥିବା ବେଳେ ତା’ର ମଣିଷ ଭଳି ଜିଭ ରହିଥିବା ଦେଖାଯାଇଛି।
Un cerdo nació con una malformación que dejó perplejos a sus dueños, ya que sus ojos son similares a los ojos humanos. El hecho ocurrió en Venezuela, en el sector Quebrada Arriba en el Municipio Torres de la ciudad de Carora, del Estado Lara. https://www.instagram.com/p/B9h4bqEHYLl/?igshid=la08t6iz1bce …