କଣାସ ୧୬/୦୮/୨୦୨୨ : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଚୁପୁରିଙ୍ଗ ପଞ୍ଚାୟତ ପହିଲୁଣ୍ଡି କଉଡ଼ିଆପୁର ନିକଟ ମକରା ନଦୀ ବନ୍ଧରେ ପ୍ରଥମେ ଘଳିଆ ଓ ପରେ ପରେ ମାଟି ଅତଡ଼ା ଖାଇବାରୁ ଘାଇ ସୃଷ୍ଟି ହୋଇଛି ।ଯାହାଫଳରେ ପାଖାପାଖି ଅଞ୍ଚଳର ଲୋକମାନେ ଭୟଭୀତରେ ଅଛନ୍ତି ।ଘାଇ ହେବା ଦ୍ବାରା ଚୁପୁରିଙ୍ଗ ସାହୁପଡ଼ା,ବକୁ,କାଦୁଆ ,ଦୋଛିଆଁ, ବଡାଲ ଆଦି ପଞ୍ଚାୟତର ଅନେକ ଗାଁ ପ୍ରଭାବିତ ହେବାର ସମ୍ଭବନା ରହିଛି ।ଘଟଣା ସ୍ଥଳରେ ବିଧାୟକ ଉମାକାନ୍ତ ସାମନ୍ତରାୟ,ବିଡ଼ିଓ ଲୋଚନ ଦାସ,ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଗଡିଶାଗୋଦ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କା,କଣାସ ଥାନା ଅଧିକାରୀ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଛନ୍ତି ।ହୀରାକୁଦ ଜଳଭଣ୍ଡାରର ଗେଟ୍ ଦେଇ ଆସୁଥିବା ବନ୍ୟାଜଳ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଯାହା ଫଳରେ ନଦୀ ବନ୍ଧ ଦୃବଳ ଯୋଗୁ ଘାଇ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି । ସବୁଠାରୁ ବିଡ଼ମ୍ବନାର ବିଷୟ ଗତ ୨୦୨୦ମସିହାରେ କଣାସ ବ୍ଲକର ମାଟିଆପଡ଼ା ଠାରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିଲା ଯାହାଫଳରେ ଅନେକ କ୍ଷେୟ କ୍ଷତି ହୋଇଥିଲା ।ହେଲେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଅନେକ ନଦୀ ବନ୍ଧ ମରାମତି ନହେବା ଯୋଗୁଁ ଦୁର୍ବଳ ହୋଇପଡିଛି ସେଥିପାଇଁ ଅନେକ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି ।କଣାସ ବ୍ଲକ୍ ଚିଲିକା ନିକଟବର୍ତ୍ତୀ ହୋଇଥିବାରୁ ବନ୍ୟା ପ୍ରପୀଡ଼ିତ ଭାବେ ବେଶ୍ ଜଣାଶୁଣା ପ୍ରତି ବର୍ଷ ବନ୍ୟା ଆସୁଛି ସେହି ସମୟରେ ବିଭାଗୀୟ ଅଧିକାରୀ ଜେନେତେନେ ପ୍ରକାର ମରାମତି କରି ଚାଲିଯାଉଛନ୍ତି ଯାହା ଦ୍ବାରା ଠିକାଦାରମାନେ ପୋଷା ହେଉଥିବା ବୁଦ୍ଧିଜିବୀମାନେ କହିଛନ୍ତି ।
ପ୍ରଶାସନ ସଠିକ୍ ତଦାରଖ କରୁନଥିବାରୁ ଓ ଖରା ଦିନେ ନଦୀ ବନ୍ଧ ମରାମତି ନହେବାରୁ ଅନେକ ବନ୍ଧରେ ଘଳିଆ ସୃଷ୍ଟି ହୋଇ ବନ୍ୟା ପରିସ୍ଥିିତି ଉପୁଜିଛି । କଣାସ ଅଞ୍ଚଳ ପାଇଁ ପ୍ରଶାସନ ପକ୍ଷରୁ ନଦୀ ବନ୍ଧ ଗୁଡିକର ସ୍ଥାୟୀ ମରାମତି କରାଗଲେ ବନ୍ୟା ଦାଉରୁ ଲୋକମାନେ ରକ୍ଷା ପାଇପାରନ୍ତେ ।ଚଳିତ ବର୍ଷ ଏଭଳି ବନ୍ୟା ଘଟଣା ନୁହେଁ ପ୍ରତି ବର୍ଷ ବନ୍ୟା ଆସିଲେ ଘଳିଆ ସୃଷ୍ଟି ହେଉଛି ତଳିଆ ଗ୍ରାମ ଗୁଡ଼ିକରେ ପାଣି ପଶୁଛି ।ଲୋକମାନେ ନାହିଁ ନଥିବା ଅସୁବଧାର ସମ୍ମୁଖୀନ ହେଉଛନ୍ତି ।ଚଳିତ ବର୍ଷ ବନ୍ୟା ଯୋଗୁ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ଦୋକନ୍ଦା,ବଡ଼ାସ,ପାଣ୍ଡିଆକେରା, ଗଡ଼ବଳଭଦ୍ରପୁର ଆଦି ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ଜୀବନ ବିତାଉଛନ୍ତି।କେତେକ ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
