କାକଟପୁର 18/7 ଦେବୀ ନଦୀ କୂଳରେ ଥିବା ଶିଖର ଗ୍ରାମପଞ୍ଚାୟତ ବାୟାପଡା ମହିମା ଆଶ୍ରମ ପରିସରରେ ମହିମା ଅଲେଖ ଆଶ୍ରମ ସୁରକ୍ଷା ସମିତି ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି l ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ତହସିଲଦାର ପ୍ରଭାତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଆହୁତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମହିମା ଆଶ୍ରମର କୋୖପୁନିଧାରୀ ଅଲେଖ ବାବା ନକୁଳ ଦାସ , ବାବା ନବ ଦାସ , ସମାଜସେବୀ ଉପେନ୍ଦ୍ର ନାଥ ବିଶ୍ୱାଳ , ଶିକ୍ଷାବିତ ନିଲୁ ରାମ ଜେନା , ପ୍ରାଚୀ ସଂସ୍କୃତି ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନେଶ୍ୱର ସାହୁ , ଜ୍ଞାନ ରଞ୍ଜନ ସାହୁ ,ସମରେନ୍ଦ୍ର ଦୀକ୍ଷିତ, ପ୍ରଭାତ ଦୀକ୍ଷିତ, ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନଲିସା ମହାପାତ୍ର , ଅବସରପ୍ରାପ୍ତ ବ୍ଳକ ଶିକ୍ଷାଅଧିକାରୀ ମନ୍ଦରଧର ମହାନ୍ତି, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ l ନିମନ୍ତ୍ରିତ ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେଯେ ସୁସ୍ଥ ପରିବେଶ ପାଇଁ ସବୁଠି ସବୁଜିମା ହେବା ଦରକାର l ବୃକ୍ଷ ରୋପଣ ସହ ଏବେ ଜଙ୍ଗଲ ସୁରକ୍ଷା ନିହାତି ଆବଶ୍ୟକ l ବୃକ୍ଷ ଲତା ବଞ୍ଚିଲେ ଆମେ ବଞ୍ଚିବା l ଏଣୁ ପ୍ରତ୍ୟକ ବ୍ୟକ୍ତି ବୃକ୍ଷ ରୋପଣ ପାଇଁ ଆଗ୍ରହ ପ୍ରକାଶ କରିବା ସହ ସେହି ବୃକ୍ଷକୁ ବଞ୍ଚାଇ ରଖିବା ପାଇଁ ଅଧିକ ଯତ୍ନବାନ ହେବା ଉଚିତ ବୋଲି ସଭାରେ ଉପସ୍ଥିତ ଥିବା ଲୋକଙ୍କୁ ନିମନ୍ତ୍ରିତ ଅତିଥିମାନେ ପରାମର୍ଶ ଦେଇଥିଲେ l ମହିମା ଅଲେଖ ଆଶ୍ରମ ସୁରକ୍ଷା ସମିତିର ସଭାପତି ଯୁଧିଷ୍ଠିର ତରାଇ , ସଂପାଦକ ରତ୍ନାକର ତରାଇଙ୍କ ସମେତ ଗ୍ରାମର ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସମିତିର ଉପସଭାପତି ଭାସ୍କର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ l ବିଭିନ୍ନ କ୍ଷେତ୍ରରେ ( କୃତିତ୍ୱ ) ହାସଲ କରିଥିବା ସ୍ଥାନୀୟ ଗ୍ରାମର ଛାତ୍ର ଛାତ୍ରୀ , ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ବିଭିନ୍ନ କବି , କବୟତ୍ରୀ ଓ ବାୟାପଡା ଗ୍ରାମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ସଭାରେ ( ସମ୍ବର୍ଦ୍ଧିତ ) କରାଯାଇଥିଲା l ଶେଷରେ ଆଶ୍ରମ ପରିସର ଓ ନଦୀ କୂଳରେ ଏକାଧିକ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଦୀପ୍ତି କୁମାରୀ ମହାନ୍ତି , ଜ୍ୟୋର୍ତିମୟୀ ବେହେରା ଅବସରପ୍ରାପ୍ତ ବ୍ଳକ ଶିକ୍ଷାଅଧିକାରୀ ସାଧୁ ଚରଣ ବିଶ୍ୱାଳ ଙ୍କ ସମେତ ବହୁ ବ୍ୟକ୍ତି ଓ ସମାଜସେବୀ ଯୋଗ ଦେଇଥିଲେ l
