Odisha news

ସରକାରୀ ନିୟମକୁ ଖୋଲା ଉଲଂଘନ,କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଅଧିକାଂଶ ସ୍କୁଲରେ ହେଉନି ପ୍ରି ବୋର୍ଡ ପରୀକ୍ଷା                                       

0

କାକଟପୁର ୬/୧, ଆସନ୍ତା 20 ତାରିଖରେ ରାଜ୍ୟରେ ମେଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଏକ ପ୍ରି ବୋର୍ଡ ପରୀକ୍ଷା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ଗତ ଫେବୃଆରୀ ୧ ତାରିଖରେ ଚିଠି ସଂଖ୍ୟା ୮୯୬ ରେ ଜିଲ୍ଲାର ସମସ୍ତ ହାଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ l ମାତ୍ର ଜିଲ୍ଲା ତଥା ଉପରୋକ୍ତ ବ୍ଲକ ଦ୍ଵୟର କେତେକ ହାତଗଣତି ସ୍କୁଲକୁ ଛାଡିଦେଲେ ଅନ୍ୟ ସ୍କୁଲ ଗୁଡିକରେ ପ୍ରି ବୋର୍ଡ ପରୀକ୍ଷା କରାଯାଉନଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଜଣାପଡିଛି l ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମୋବାଇଲ ନମ୍ବର 9437851340 କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ l ଅସ୍ତରଙ୍ଗ ବ୍ଲକ  ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରି ସ୍କୁଲରେ ପରୀକ୍ଷା କରାଯାଉନଥିବା କୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଘଟଣା ସମ୍ପର୍କରେ କୌଣସି ଅଧିକାରୀ ଏବଂ ପ୍ରଧାନ ଶିକ୍ଷକ ମୁହଁ ନ ଖୋଲିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

Nalco
Leave A Reply