Odisha news

ଭିତର ରତ୍ନଭଣ୍ଡାର ରତ୍ନ ଆକଳନ ପାଇଁ ଏଣ୍ଡୋସ୍କୋପି  ବା ବୈଷୟିକ ସହାୟତା ନିଆଯାଇପାରେ : ଜଷ୍ଟିସ ଅରିଜିତ ପଶାୟତ

0
ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରତ୍ନ ଆକଳନ ପାଇଁ ଏଣ୍ଡୋ ସ୍କୋପି ବା ବୈଷୟିକ ସହାୟତା ନିଆଯାଇପାରେ। ଆସନ୍ତା ରଥଯାତ୍ରା ହିଁ ରତ୍ନ ଆକଳନ ସହ ମରାମତି ପାଇଁ ପ୍ରକୃଷ୍ଟ ସମୟ। ପ୍ରଥମେ ୧୯୭୮ ମସିହା ଓ ସ୍ଵାଧୀନତା ପୂର୍ବରୁ ୧୯୨୬ ମସିହାରେ ହୋଇଥିବା ରତ୍ନଭଣ୍ଡାର ଆକଳନ ରିପୋର୍ଟ ହସ୍ତଗତ ପରେ ଏହାର ତର୍ଜମା ହେବ। ଖୁବଶୀଘ୍ର ଦ୍ଵିତୀୟ ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଏହା କହିଛନ୍ତି ସୁପ୍ରିମ କୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ୍ ପଶାୟତ।
ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ପ୍ରାରମ୍ଭିକ ବୈଠକ ବସି ବିଭିନ୍ନ ଦିଗ ଉପରେ ଆଲୋଚନା ୧୨ ଜଣିଆ କମିଟିର ଅଧ୍ୟକ୍ଷ ଅଛନ୍ତି ଜଷ୍ଟିସ ଅରିଜିତ ପଶାୟତ । ଆଜି ବୈଠକରେ ୧୯୭୮ ମସିହାରେ ହୋଇଥିବା ରତ୍ନଭଣ୍ଡାର ଅଳଙ୍କାର ଗଣତି , ମଣତି କିଭଳି ହୋଇଥିଲା, କଣ ସବୁ ପ୍ରକ୍ରିୟା ଅବଲମ୍ବନ କରାଯାଇଥିଲା,କେତେ ସମୟ ଧରି ହୋଇଥିଲା ତାର ପ୍ରଥମେ ତର୍ଜମା କରାଯିବ। ସେହି ଆକଳନ ରିପୋର୍ଟରେ କେଉଁ ପ୍ରକାର ଅଳଙ୍କାର କେତେ ପରିମାଣରେ ରହିଛି,୧୯୭୮ ମସିହା ପରେ ଆଉ କେଉଁ କେଉଁ ସମୟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି, ଆଉ ଅଧିକ କେତେ ଅଳଙ୍କାର ଆସିଛି ସେ ସବୁର ଟିକ୍ ନିଖ ତର୍ଜମା କରାଯିବ। ରଥଯାତ୍ରା ହିଁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ପ୍ରକୃଷ୍ଟ ସମୟ ବୋଲି ପ୍ରଥମ ବୈଠକ ପରେ ଅଧ୍ୟକ୍ଷ କହିଛନ୍ତି । ସେହିଆରି ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାର ରତ୍ନ ଆକଳନ ପାଇଁ ଅତ୍ୟାଧୁନିକ କ୍ୟାମେରା ଦ୍ଵାରା ଭିତରକୁ ନ ଯାଇ ଏଣ୍ଡୋସ୍କୋପି
 ବା ବୈଷୟିକ ସହାୟତା ନିଆଯାଇ ରତ୍ନଭଣ୍ଡାର ରତ୍ନ ଆକଳନ ମଧ୍ୟ କରାଯାଇପାରେ।
ରଥଯାତ୍ରା ହିଁ ରତ୍ନଭଣ୍ଡାର ରତ୍ନ ଆକଳନ ପାଇଁ ପ୍ରକୃଷ୍ଟ ସମୟ।ତେବେ ଏହି ସମୟରେ ମାତ୍ର ୧୦ ଦିନ ସମୟ ମିଳୁଥିବାରୁ ଏକା ସାଙ୍ଗରେ କିଭଳି ରତ୍ନଭଣ୍ଡାର ରତ୍ନ ଆକଳନ କରାଯିବ ଓ
ରତ୍ନଭଣ୍ଡାର ମରାମତି କରାଯିବ ସେ ନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି। ମଣିଷ ଶରୀର ପରି ଏଣ୍ଡୋସ୍କୋପି
 ବା ବୈଷୟିକ ସହାୟତା ନିଆଯାଇପାରେ। ଅତ୍ୟାଧୁନିକ କ୍ୟାମେରା ଦ୍ଵାରା ରତ୍ନଭଣ୍ଡାର ଭିତରେ ରତ୍ନ ଅଳଙ୍କାର ସ୍ଥିତି କିଭଳି ରହିଛି ତାହା ଜାଣିହେବ। ଏଏସଆଇ ପକ୍ଷରୁ ଆଜି ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି। ଆସନ୍ତା ମେ ୧ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ।ତେବେ ଏହି ୧୦ ଦିନ ଭିତରେ ସମ୍ପୂର୍ଣ୍ଣ ରତ୍ନଭଣ୍ଡାର ରତ୍ନ ଅଳଙ୍କାର କିଭଳି ଗଣତି ମଣତି ହେବ ,କେଉଁ ପ୍ରକ୍ରିୟ ଅବଲମ୍ବନ କରାଯିବ ତାହା ଉପରେ ଆଲୋଚନା କରାଯିବ । ୧୯୭୮ ମସିହା ରତ୍ନଭଣ୍ଡାର ଆକଳନ ରିପୋର୍ଟ ହସ୍ତଗତ ପରେ ଜଣା ପଡ଼ିବ।
ଏହି ବୈଠକରେ ଉପାଧ୍ୟକ୍ଷ ପ୍ରସିଦ୍ଧ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଭିସି ଯୋଗେ ଯୋଗଦେଇଥିବା ବେଳେ କମିଟିର ଅନ୍ୟ ସଦସ୍ୟ ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଡ. ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ପରିଚାଳନା କମିଟି ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର ଓ ଜଗନ୍ନାଥ କର, ଭଣ୍ଡାର ମେକାପ ସେବକ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସଦସ୍ୟ ଆବାହକ ଭାବେ ଉପସ୍ଥିତ ଥିଲେ।
Leave A Reply