Odisha news

ଲାଲବାହାଦୂର ଶାସ୍ତ୍ରୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

0

ଜଗତସିଂହପୁର,୧୧ା୧: ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ତରଡାପଡା ସ୍ଥିତ ଆଇଟିଆଇ ପରିସରରେ ଲାଲବାହାଦୂର ଶାସ୍ତ୍ରୀଙ୍କ ୫୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆ·ର୍ଯ୍ୟ ଅଧ୍ୟକ୍ଷତା କରି ଲାଲବାହାଦୂର ଶାସ୍ତ୍ରୀଙ୍କ ପରି ଜନନାୟକ ଆଜିର ଦୁନିଆରେ ବିରଳ ବୋଲି କହିଥିଲେ । ମୁଖ୍ୟ ଆଲୋଚକ ଭାବେ ବରିଷ୍ଠ ଶିକ୍ଷକ ପ୍ରଭାକର ସାହୁ ଯୋଗଦେଇ ଏବର ରାଜନୀତି କଳୁଷିତ ହୋଇପଡୁଥିବା ବେଳେ ଶାସ୍ତ୍ରୀଜୀ ମୂଲ୍ୟବୋଧ ରାଜନୀତିର ପ୍ରତୀକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଆଲୋଚକ ଭାବେ ଶିକ୍ଷକ କମଳ ଲୋଚନ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ରେଳମନ୍ତ୍ରୀ ଥିବା ସମୟରେ ରେଳଦୁର୍ଘଟଣାକୁ ନେଇ ତାଙ୍କ ଇସ୍ତଫା ଏବେବି ଅନ୍ୟମାନଙ୍କ ପାଇଁ ନୈତିକତାର ଉଦାହରଣ ହୋଇ ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଟିଆଇର ନିଦେ୍ର୍ଦଶକ ରଶ୍ମୀରଂଜନ ମିଶ୍ର,ଚୌଧୁରୀ ରାଧାମୋହନ ପରିଜା,ସୁଶ୍ରୀ ଅଞ୍ଜୁଷା, ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ବିଚିତ୍ରାନନ୍ଦ ତ୍ରିପାଠୀ,ଶିକ୍ଷୟିତ୍ରୀ ସୈାଦାମିନୀ ସାହୁ, ପ୍ରିୟଦର୍ଶିନୀ ଦାସ ଓ କନକ ମୁଦୁଲି ପ୍ରମୁଖ ଆଲେଚନାରେ ଅଂଶଗ୍ରହଣ କରି ଶାସ୍ତ୍ରୀଙ୍କର ସରଳ ଓ ନିରାଡମ୍ବର ଜୀବନଯାପନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply