Odisha news

ବରିଷ୍ଠ ସାମ୍ବାଦିକ ବିପିନ ଦାସ ଙ୍କ ଦେହାନ୍ତ

0
ଆସିକା : ବର୍ଷିଆନ ସାମ୍ବାଦିକ ବିପିନ ଦାସ ଙ୍କ ୮୧ ବର୍ଷ ବୟସ ରେ ଶୁକ୍ରବାର ଦିନ ପରଲୋକ ହୋଇଛି।  ଏହି ଖବର ଆଜି ସକାଳୁ ଜଣା ପଡ଼ିବା ପରେ ଆସିକା  ଆର୍ବନବ୍ୟାଙ୍କ ରୋଡ଼ସ୍ଥିତ ତାଙ୍କର ବାସଗୃହ ରେ  ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରିବାସହ ଗଭୀର ଶୋକ ପ୍ରକାଶ କରିଛନ୍ତି।ରାଜ୍ୟ ତଥା ଅଭିଭକ୍ତ ଗଞ୍ଜାମ ଜିଲ୍ଲା ରେ ସାମ୍ବାଦିକ ମାନଙ୍କ ସ୍ବାର୍ଥ ପାଇଁ ସେ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିଲେ।
ଶ୍ରୀ ଦାସ ଉତ୍କଳ ସାମ୍ବାଦିକ ସଂଘ , ସର୍ବ ଭାରତୀୟ ସାମ୍ବାଦିକ ମହାସଂଘ, ଗଞ୍ଜାମ – ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ର କର୍ମକର୍ତ୍ତା ସହ ଆସିକା ପ୍ରେସ କ୍ଲବ ର ପ୍ରତିଷ୍ଠାତା ସଭାପତି ଭାବେ ଜଣେ ସଂଗଠକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଜଣେ ନିର୍ଭିକ ସାମ୍ବାଦିକ ଭାବେ ବହୁ ବଳିଷ୍ଠ ଲେଖା ଓ ଖବର ମଧ୍ୟ ଲଗାତାର ପ୍ରକାଶନ କରି ଆସୁଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ବରାବର  ନିବନ୍ଧ ଓ ଖବର ପ୍ରକାଶ କରି ଆସୁଥିଲେ। ପରିବାର ପକ୍ଷରୁ ପୁରୀ ସ୍ଵର୍ଗଦ୍ଵାର କୁ ନେଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଆସିକା ପ୍ରେସ କ୍ଲବ ପକ୍ଷରୁ ତାଙ୍କର ଅମର ଆତ୍ମା ର ସଦଗତି କାମନା କରାଯାଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଯାଇଛି।
Nalco
Leave A Reply