Odisha news

ଜିଓ-ଫାଇନାନ୍ସ ଆପରେ ମାତ୍ର ୨୪ ଟଙ୍କାରେ ଟିକସ ଫାଇଲିଙ୍ଗ

0

– ଟିକସ ବିଶେଷଜ୍ଞଙ୍କ ସହାୟତାରେ ଟିକସ ଦାଖଲ ୯୯୯ ଟଙ୍କାରୁ ଆରମ୍ଭ

– ରିଫଣ୍ଡ ଟ୍ରାକିଂ ଏବଂ ଟିକସ ନୋଟିସ୍ ଆଲର୍ଟ ମଧ୍ୟ ଆପରେ ଉପଲବ୍ଧ ହେବ

ମୁମ୍ବାଇ: ଭାରତରେ ଟିକସଦାତାଙ୍କ ପାଇଁ ଟିକସ ଦାଖଲ ଏବଂ ଆର୍ଥିକ ପ୍ଲାନ ପ୍ରସ୍ତୁତି ଏବେ ବହୁତ ସହଜ ହେବାକୁ ଯାଉଛି। ଜିଓ-ଫାଇନାନ୍ସ ଆପ୍ ଟିକସ ଦାଖଲ ଏବଂ ଟିକସ ପରିଚାଳନା ଫିଚର ସମ୍ପନ୍ନ ଏକ ମଡ୍ୟୁଲ୍ ଶୁଭାରମ୍ଭ କରିଛି। ମାତ୍ର ୨୪ ଟଙ୍କାରୁ ଆରମ୍ଭ ହେଉଥିବା ଏହି ମଡ୍ୟୁଲ୍ସ ଜିଓଫାଇନାନ୍ସ ଆପ୍‌ରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ। ‘ଟ୍ୟାକ୍ସବଡି’ ସହିତ ସହଭାଗିତାରେ ଜିଓ-ଫାଇନାନ୍ସ ଏହି ନୂତନ ଫିଚର ବିକଶିତ କରିଛି। ‘ଟ୍ୟାକ୍ସବଡି’ ଅନଲାଇନ୍ ଟିକସ ଦାଖଲ ଏବଂ ପରାମର୍ଶ ସେବା ପାଇଁ ବେଶ ଜଣାଶୁଣା।

ଏହି ମଡ୍ୟୁଲ୍‌ରେ ଦୁଇଟି ମୁଖ୍ୟ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ ରହିଛି – ଟିକସ ପ୍ଳାନର ଏବଂ ଟିକସ ଫାଇଲିଙ୍ଗ। ଟିକସ ଦାଖଲ ବା ଫାଇଲିଙ୍ଗ ବୈଶିଷ୍ଟ୍ୟ ପୁରୁଣା ଏବଂ ନୂତନ ଟିକସ ପ୍ରଣାଳୀ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ୮୦ସି ଏବଂ ୮୦ଡି ଭଳି ଧାରା ଅଧୀନରେ ଟିକସ ହିସାବ କରି ଗ୍ରାହକମାନଙ୍କୁ ଟିକସ ସଞ୍ଚୟ କରିବାରେ ସାହାଯ୍ୟ କରେ। ଏହା ବ୍ୟବହାର କରିବା ସହଜ ଏବଂ ସୁଲଭ, ଯାହା ମହଙ୍ଗା ମଧ୍ୟସ୍ଥିଙ୍କ ଉପରେ ନିର୍ଭରଶୀଳତା ଦୂର କରେ।

ଦ୍ୱିତୀୟ ବୈଶିଷ୍ଟ୍ୟ ହେଉଛି ଟ୍ୟାକ୍ସ ପ୍ଲାନର, ଯାହା ଭବିଷ୍ୟତର ଟିକସ ଆକଳନ ଏବଂ ହ୍ରାସ କରିବାରେ ସାହାଯ୍ୟ କରେ। ମଡ୍ୟୁଲ୍ସ ଅଧୀନରେ, ବ୍ୟବହାରକାରୀମାନେ ନିଜେ କିମ୍ବା ବିଶେଷଜ୍ଞଙ୍କ ସହାୟତାରେ ଫାଇଲିଂ ମାଧ୍ୟମରେ ସେମାନଙ୍କର ଟିକସ ରିଟର୍ଣ୍ଣ ଫାଇଲ କରିବାକୁ ବାଛିପାରିବେ। ଆପରେ ସେଲ୍ଫ ଟ୍ୟାକ୍ସ ଫାଇଲିଂ ମଡ୍ୟୁଲ୍ ୨୪ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଟ୍ୟାକ୍ସ ଏକ୍ସପର୍ଟ ଆସିଷ୍ଟେଡ୍ ଟ୍ୟାକ୍ସ ଫାଇଲିଂ ୯୯୯ ଟଙ୍କାରୁ ଆରମ୍ଭ ହେଉଛି।

ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ହିତେଶ ସେଠିଆ କହିଛନ୍ତି ଯେ, “କର ଦାଖଲର ଶେଷ ତାରିଖ ପାଖେଇ ଆସିବା ସହିତ, ଆମେ ଟିକସ ଦାଖଲ ସହ ଜଡିତ ସମସ୍ତ ଜଟିଳତାକୁ ଦୂର କରିବାକୁ ଲକ୍ଷ୍ୟ ରଖିଛୁ। ଗ୍ରାହକମାନଙ୍କୁ ପ୍ରଭାବଶାଳୀ ଟିକସ ପ୍ଳାନିଙ୍ଗ ସେବା ପ୍ରଦାନ କରିବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ଯାହା ଦ୍ୱାରା ସେମାନେ ଆର୍ଥିକ ବର୍ଷ ମଧ୍ୟରେ ସେମାନଙ୍କର ଟିକସ ଦେୟ ସମ୍ପର୍କରେ ଭଲ ଭାବରେ ସଚେତନ ହୋଇପାରିବେ। ଏହି ମଡ୍ୟୁଲର ଶୁଭାରମ୍ଭ ସୁଲଭ, ଡିଜିଟାଲ୍-ପ୍ରଥମ ଆର୍ଥିକ ସମାଧାନ ପ୍ରଦାନ କରିବା ନେଇ ଆମର ପ୍ରୟାସରେ ଆଉ ଏକ ଫର୍ଦ୍ଦ ଯୋଡିଛି।”

ଆପ୍ ମାଧ୍ୟମରେ ଆଇଟିଆର୍ ଫାଇଲ କରିବା ପରେ ବ୍ୟବହାରକାରୀମାନେ ରିଟର୍ଣ୍ଣର ସ୍ଥିତି ନିରୀକ୍ଷଣ କରିପାରିବେ, ରିଫଣ୍ଡ ଟ୍ରାକ୍ କରିପାରିବେ ଏବଂ ଯେକୌଣସି ଟିକସ-ସମ୍ବନ୍ଧୀୟ ନୋଟିସର ଆଲର୍ଟ ଦେଖିପାରିବେ। ଏହି ମଡ୍ୟୁଲରେ ନିଜର ଆୟ ସୂଚନା ଅପଲୋଡ଼ କରିବା ଠାରୁ ଡକ୍ୟୁମେଣ୍ଟ ଅପଲୋଡ୍ କରିବା ଏବଂ ସଠିକ୍ ଟିକସ ପ୍ରଣାଳୀ ବାଛିବା ଯାଏଁ, ସମଗ୍ର ପ୍ରକ୍ରିୟା ସରଳ ରହିଛି ଏବଂ ଏହା ପ୍ରତ୍ୟେକ ପଦକ୍ଷେପରେ ଗ୍ରାହକଙ୍କ ମାର୍ଗଦର୍ଶନ କରିଥାଏ।

Govt
Leave A Reply