କଳିଯୁଗ ରେ ମଣିଷ ଯେତେ ଆଧୁନିକତା ଆଡକୁ ଗତି କରୁଛି ସେତେ ଅଧିକ ଆଧ୍ୟାତ୍ମିକ ବାଦ ଆଡକୁ ମଧ୍ୟ ଆକର୍ଷିତ ହେଉଛି l ସେହିଭଳି ଜଣେ ଜୈନ ମୁନୀ ହେଉଛନ୍ତି ଅଜିତ ଚନ୍ଦ୍ର ସାଗର ମହାରାଜ, ଯିଏକି ମାତ୍ର ୧୨ ବର୍ଷ ବୟସ ରେ ମାତା ସରସ୍ବତୀ ଙ୍କୁ ସାଧନା କରି ତାଙ୍କ କୃପା ଲାଭ କରିଛନ୍ତି l ସେ ଦୀର୍ଘ ୮ବର୍ଷ ହେଲାଣି ମୌନ ବ୍ରତ ଧାରଣ କରି ରହିଛନ୍ତି l ସେ ୨୨ ହଜାର ରୁ ଉର୍ଧ୍ଵ ଗ୍ରନ୍ଥ କୁ କଣ୍ଠସ୍ଥ କରିଛନ୍ତି l
ନିଜ ଶାସ୍ତ୍ର ଜ୍ଞାନ କୁ ନେଇ ସେ ଅନେକ ଗୁଡିଏ ଗ୍ରନ୍ଥ କୁ କଣ୍ଠସ୍ଥ କରିଛନ୍ତି l ମାତ୍ର ୧୯ ବର୍ଷ ବୟସ ରେ ସେ ଗୁରୁ ନୟନଚନ୍ଦ୍ର ସାଗର ସୁରୀଶ୍ୱରଜି ମହାରାଜ ଙ୍କ ମାର୍ଗଦର୍ଶନ ରେ ସେ ଆତ୍ମବିଶ୍ୱାସ ର ଅଦ୍ଭୁତ ଚମତ୍କାର ଦେଖାଇଥିଲେ l ୧୫୦୦ ଜନସାଧାରଣ ଙ୍କ ସମୁଖରେ ଜୈନ ସନ୍ଥ ୧୦୦ ଅବଧାନ ଙ୍କ ର ପ୍ରଥମ ଥର ଅବଧାନ କରିଥିଲେ, ଅବଧାନ ଅର୍ଥ ବିନା କିଛି ନଲେଖି ଭିଡ଼ ଦ୍ୱାରା କୁହାଯାଉଥିବା କଥାକୁ ୧୦୦ ଟି କଥା ,ମନେ ରଖିବା l
ଆଜିର ଯୁଗରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ମଧ୍ୟ ମନେ ରହୁନାହିଁ , ଏମିତିରେ ହଜାର ହଜାର ଲୋକ ଙ୍କ ଭିଡ଼ ରେ ୫୦୦ ଟି କଥା ମନେ ରଖିବା ଖୁବ କଷ୍ଟକର l ବିଶେଷ ଭାବରେ ଆମ ପାଇଁ l ଏହାକୁ ଅଜିତ ଚନ୍ଦ୍ର ସାଗର ମହାରାଜ ଏହାକୁ କୌଣସି ଚମତ୍କାର ବୋଲି ଗ୍ରହଣ କରନ୍ତି ନାହିଁ l ସେ ଏହାକୁ ମାତା ସରସ୍ବତୀ ଙ୍କ କୃପା ବୋଲି କହି ଥାଆନ୍ତି l ତାଙ୍କ ମତରେ ଏହା ଗୋଟିଏ ଏଭଳି ସାଧନା ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀ ଙ୍କ ପାଇଁ ଗୋଟିଏ ପ୍ରେରଣା ଅଟେ l ସାରା ବିଶ୍ୱରେ ୫୦ ହଜାର ରୁ ଅଧିକ ଭାରତୀୟ ଛାତ୍ର ସରସ୍ଵତୀ ସାଧନା କୁ ଆପଣାଇ ସାରିଛନ୍ତି l