Odisha news

ରଥଯାତ୍ରାର ଷଷ୍ଠ ସଂଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଗଂମଚରେ ଭଜନ ସମାରୋହ ଅନୁଷ୍ଠିତ

0
ପୁରୀ: ରଥଯାତ୍ରା ପରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇ ଥିବା ଭଜନ ସମାରୋହ ରଥଯାତ୍ରାର ଷଷ୍ଠ ସଂଧ୍ୟାରେ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଗଂମଚରେ ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଶ୍ରୀ ପ୍ରଶାନ୍ତ ପାଢୀ ଓ ସାଥୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରା ଯାଇଛି । ଏହା ପୂର୍ବରୁ ସରସ୍ବତୀ କଲଚରାଲ ଏକାଡେମୀ ଏବଂ ପୁରୀ ଡ୍ୟାନ୍ସ ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ସହରର ଅନ୍ୟାନ୍ୟ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ସୂଚନା କେନ୍ଦ୍ର ମାନଙ୍କ ରେ ଭଜନ ଓ ପାରମ୍ପରିକ ଲୋକ କଳା ଯଥା ପାଲା,ଦାଶକାଠିଆ, ଘୋଡ଼ା ନାଚ, ସଂକୀର୍ତ୍ତନ ଇତ୍ୟାଦି ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରି ଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି ।
Leave A Reply