Odisha news

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା : ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ପହଁଚିଲା ତିନି ରଥ

0

ରଣପୁର… ଓଡିଶା ର ଦ୍ୱିତୀୟ ଶ୍ରୀକ୍ଷେତ୍ର  ଭାବେ ପରିଚିତ ରଣପୁର ରଥଯାତ୍ରା ର ଦ୍ୱିତୀୟ ଦିନରେ ତିନି ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖ ରେ ପହଞ୍ଚିଛି.. ଗତ କାଲି ଶ୍ରୀ ଗୁଣ୍ଡିଚା ଦିନ ଅପରାହ୍ନ ତିନିଟା ରେ ରଥ ଟଣା ଆରମ୍ଭ ହୋଇ ବଳଭଦ୍ର ଙ୍କ ତାଳଦ୍ଦ୍ବଜ ରଥ ପ୍ରଥମେ ଗୁଣ୍ଡିଚା ବାଡ଼ିରେ ପହଂଚିବା ପରେ ମହିଳା ମାନେ ଦେବୀ ସୁଭଦ୍ରାଙ୍କ  ଦର୍ପଦଳନ ରଥ କୁ ଟାଣି ଆଣି ଗୁଣ୍ଡିଚା ବାଡ଼ିରେ ଲଗେଇଥିଲେ. ତେଵେ ସେତେବେଳକୁ ସନ୍ଧ୍ୟା ହୋଇ ଯାଇଥିବାରୁ ରଥଟଣା ବନ୍ଦ ରହିଥିଲା ଏବଂ ରଣପୁର ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ପୂର୍ବ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ଶନିବାର ଅପରାହ୍ନ ତିନି ଟା ରେ ରଥଟାଣ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚ ଟା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗି  ଥିଲା ପରେ ତିନି ରଥ ରେ ଚାର ମାଳ ଭିଡା ଯାଇ ରଥ ରେ ସନ୍ଧ୍ୟା ଆଳତି ସାରିବା ପରେ ସନ୍ଧ୍ୟା ଆଠ ଘଂଟିକା ରେ  ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ  ଆଡ଼ପ ମଣ୍ଡପ ବିଜେ କରାଯିବ ସହ ରବିବାର ଠାକୁରଙ୍କ ସମସ୍ତ ନୀତି କାନ୍ତି ଅନୁସାରେ  ଶ୍ରୀ ଜୀଉ ଆଡ଼ପ ମନ୍ଦିର ରେ ଦର୍ଶନ ଦେବା ସହ ଆଡ଼ପ ଅଭଡ଼ା ମିଳିବ.ବୋଲି ଜଣାପଡିଛି  ଶନିବାର ପାଗ ମେଘାଛନ  ରହିବା ସହିତ ଅନୁକୂଳ  ପାଗ ଦେଇଥିବାରୁ ବହୁ ସଂଖ୍ୟା ରେ ଭକ୍ତ ଙ୍କ ସୁଅ ଛୁଟିଥିଲା ଆଜି ର  ଏହି ରଥଟଣା କାର୍ଯ୍ୟକ୍ରମ କୁ ମହାରଣା ସେବକ ଙ୍କ ମୁଖ୍ୟ ମହାରଣା ନେତୃତ୍ୱ ରେ ଅକ୍ଲାନ୍ତ ପରିଶ୍ରମ ରେ ନନ୍ଦିଘୋଷ ରଥ ପହଁଚିବା ସହିତ ପହଣ୍ଡି କାର୍ଯ୍ୟ ସମ୍ପାଦନ ପାଈଁ ସମସ୍ତ ସେବାୟତ ସହଯୋଗ କରିଥିଲେ.  ଏବଂ ରଥ ଟଣା ଓ ପହଣ୍ଡି ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହ ସମାପନ  ପାଈଁ ଆଇ ଆଇ ସି ପଣ୍ଡା ଙ୍କ ନେତୃତ୍ୱ ବ୍ୟାପକ ପୋଲିସ ମୃତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା

Leave A Reply