ନୂଆଦିଲ୍ଲୀ, ୬ା୮ (ଏଜେନ୍ସି) : ନିକଟରେ ଭିଭୋ ଚଳିତବର୍ଷ ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ରହିବ ନାହିଁ ବୋଲି ସୂଚନା ଦେଇଥିଲା । ଏନେଇ ଆଲୋଚନା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ଼ (ବିସିସିଆଇ) ଗୁରୁବାର ବିଧିବଦ୍ଧ ଘୋଷଣା କରିଛି । ଅର୍ଥାତ୍ ୨୦୨୦ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ (ୟୁଏଇ)ରେ ଭିଭୋକୁ ଟାଇଟଲ୍ ପ୍ରାୟୋଜକରୁ ବାଦ୍ ଦିଆଯାଇଛି । ବିସିସିଆଇ ପକ୍ଷରୁ ଅନ୍ ଲାଇନ୍ରେ ଏକ ବିବୃତ୍ତି ପ୍ରଦାନ କରାଯାଇଛି । ତେବେ କେଉଁ କାରଣ ପାଇଁ ଭିଭୋକୁ ହଟାଗଲା, ସେନେଇ ସ୍ପଷ୍ଟ କରାଯାଇ ନାହିଁ । ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ବିସିସିଆଇ ଏବଂ ଭିଭୋ ମୋବାଇଲ୍ ଇଣ୍ଡିଆ ପ୍ରା.ଲି. ମଧ୍ୟରେ ହୋଇଥିବା ଚୁକ୍ତି ବାତିଲ ହୋଇଥିବା ସ୍ପଷ୍ଟ କରାଯାଇଛି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଆଇପିଏଲ୍ର ୫ଟି ସଂସ୍କରଣରେ ଭିଭୋ ଟାଇଟଲ୍ ପ୍ରୋୟାଜକ ଅଧିକାର
ହାସଲ କରିଥିଲା । ୫ ବର୍ଷ ମଧ୍ୟରେ ମୋଟ ୨୧୯୦ କୋଟି ଟଙ୍କା ଅର୍ଥାତ୍ ବାର୍ଷିକ ପାଖପାଖି ୪୪୦ କୋଟି ଟଙ୍କା ଭିଭୋ ବିସିସିଆଇକୁ ଟାଇଟଲ୍ ପ୍ରାୟୋଜକ ବାବଦକୁ ଦେଇଥାଏ । ତେବେ ୨୦୨୧ରେ ପୁଣି ଭିଭୋ ଆଗାମୀ ୩ବର୍ଷ ପାଇଁ ଚୁକ୍ତି କରିବାର ସମ୍ଭାବନା ଅଛି । ଆଗାମୀ ୨୦୨୧ ଏପି୍ରଲ୍ରେ ଆଇପିଏଲ୍ର ଚତୁର୍ଦ୍ଦଶ ସଂସ୍କରଣ ଖେଳାଯିବ । ସମ୍ଭବତଃ ସେତେବେଳକୁ ଭିଭୋ ପୁଣି ଆଇପିଏଲ୍କୁ ଫେରିବ ବୋଲି ଆଶା କରାଯାଉଛି । ଆଗାମୀ ସେପେଫମ୍ବର ୧୯ରୁ ୟୁଏଇରେ ଆଇପିଏଲ୍-୧୩ ଆରମ୍ଭ ହେବାକୁ ଯାଉଛି ।
Prev Post
Next Post