Odisha news

ଆଇପିଏଲ୍‌-୧୩ ୫ ଦିନରେ ଥରେ କରୋନା ଟେଷ୍ଟ

0

ନୂଆଦିଲ୍ଲୀ, ୪ା୮ (ଏଜେନ୍ସି) : ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ନିମନ୍ତେ ଅଂଶଗ୍ରହଣକାରୀ ୮ଟି ଦଳର ସମସ୍ତ ଖେଳାଳି ୟୁଏଇ ଯିବେ । ତେବେ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବା ପୂର୍ବରୁ ଅତିକମ୍‌ରେ ୫ଥର କରୋନା ଟେଷ୍ଟ ହେବ । ସେହିଭଳି ଆଇପିଏଲ୍‌ ଆରମ୍ଭ ହେବା ପରେ ପ୍ରତି ୫ ଦିନ ବ୍ୟବଧାନରେ ସବୁ ଖେଳାଳି, ଅଫିସିଆଲ୍‌ ଷ୍ଟାଫ୍‌ ଓ ଅନ୍ୟାନ୍ୟ ସହ କର୍ମକର୍ତ୍ତାଙ୍କ କରୋନା ଟେଷ୍ଟ ହେବ
ବୋଲି ମଙ୍ଗଳବାର ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଖୁବ୍‌ଶୀଘ୍ର ଏନେଇ ଏକ ଚିଠା ପ୍ରସ୍ତୁତ ହେବ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଖେଳାଳି ଓ ଷ୍ଟାଫ୍‌ଙ୍କ ଦୁଇଥର ଆର୍‌ଟି-ପିସିଆର୍‌ ଟେଷ୍ଟ ହେବ । ଯଦି କୌଣସି ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ ଆସେ, ତାଙ୍କୁ ତୁରନ୍ତ ୧୪ ଦିନ କ୍ୱାରାଣ୍ଟାଇନ୍‌କୁ ପଠାଯିବ । କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ଦୁଇଥର
କରୋନା ଟେଷ୍ଟ କରାଯିବ । ଯଦି ରିପୋର୍ଟ ନେଗେଟିଭ ଆସେ, ତେବେ ତାଙ୍କୁ ୟୁଏଇ ଯିବା ପାଇଁ ଅନୁମତି ମିଳିବ । ୟୁଏଇ ପହଞ୍ଚିବା ପରେ ଅତିକମ୍‌ରେ ୩ଥର ସବୁ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ରହିବା ଦରକାର ।

Leave A Reply