ପହଁଲଗାମ ଆତଙ୍କବାଦୀ ଆକ୍ରମଣ କୁ ନେଇ IPL ଖେଳାଳି ଙ୍କ ସମବେଦନା , IPL ରେ ଆଜି ବାଜିବ ନାହିଁ ମିୟୁଜିକ ଓ ନାଚିବେ ନାହିଁ ଚିୟର ଲିଡର
୨୨ ଅପ୍ରେଲ ୨୦୨୫ ଏହା ସେହି ତାରିଖ ଯାହା କି ଭାରତ ପାଇଁ ବ୍ଲାକ ଡେ ସାବ୍ୟସ୍ତ ହୋଇଛି, କାଶ୍ମୀର ର ପହଁଲଗାମ ରେ ନିରୀହ ପର୍ଯ୍ୟଟକ ଙ୍କ ଉପରେ ଆତଙ୍କବାଦୀ ମାନେ ଧୂଆଁଧାର ଗୁଳି ଚାଳନା କରିଥିଲେ l ଏହି ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇଛି l ଏହି ଘଟଣା କ୍ରିକେଟ ଜଗତ ଉପରେ ମଧ୍ୟ ପ୍ରଭାବ ପକାଇଛି l ଏହି ଘଟଣାକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଙ୍କ ମତ ରହିଛି ଯେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ବନ୍ଦ ରହୁ, ଏହି ଆତଙ୍କବାଦୀ ଆକ୍ରମଣ ରେ ପାକିସ୍ତାନ ର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ଅନୁମାନ କରାଯାଉଛି l
ବର୍ତମାନ ସୁଧା ଏହି ଆତଙ୍କବାଦୀ ଆକ୍ରମଣ ରେ ୨୮ ଜଣଙ୍କର ମୃତ୍ୟୁ ହୋଇ ସାରିଛି, ବର୍ତମାନ ଭାରତୀୟ ସେନା ଫୁଲ ଆକ୍ସନ ମୋଡ଼ ରେ, ଏବଂ ଭୋକିଲା ସିଂହ ଙ୍କ ଭଳି ନିଜ ଶିକାର ଆତଙ୍କବାଦୀ ଙ୍କୁ ଖୋଜୁଛି ଭାରତୀୟ ସୈନ୍ୟ l କ୍ରୀକେଟିଅର ଙ୍କ ମତରେ ବର୍ତମାନ ଭାରତ-ପାକିସ୍ତାନ ମ୍ୟାଚ ସମ୍ପୂର୍ଣ ଭାବରେ ବନ୍ଦ ହୋଇଯିବା ଜରୁରୀ l ଆଜି ବିଭିନ୍ନ କ୍ରିକେଟ ତାରକା ସୋସିଆଲ ମିଡିଆରେ ପାକିସ୍ତାନ ର ସମାଲୋଚନା କରିଛନ୍ତି l
ପଶ୍ଚିମ ବଙ୍ଗ ର ଅଣ୍ଡର 19 ଖେଳାଳୀ ଶ୍ରୀ ଗୋସ୍ୱାମୀ ଏହାକୁ କଡା ନିନ୍ଦା କରିଛନ୍ତି, ଏହା ସହିତ ଟିମ ଏହି ଘଟଣା ରେ ପ୍ରଭାବିତ ଲୋକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଗୋଟିଏ ମିନିଟ ପାଇଁ ମୌନ ବ୍ରତ ରଖିବେ ରଖି ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜଣାଇବେ l ଭାରତୀୟ ଖେଳାଳି ମାନେ ମଧ୍ୟ ଏହି ଘଟଣା କୁ ନିନ୍ଦା କରିଛନ୍ତି l
ଭାରତୀୟ କ୍ରିକେଟ ଜଗତର ଦିଗଜ ଖେଳାଳି ବିରାଟ କୋହଲି, ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ହାର୍ଦ୍ଧିକ ପାଣ୍ଡିଆ ଙ୍କ ସମେତ ଅନେକ ଖେଳାଳି ଭାବୁକ ପୋଷ୍ଟ କରିଛନ୍ତି l ଆଭାରତୀୟ ସିରିକେଟ ବୋର୍ଡ BCCI ପକ୍ଷରୁ ପିଟିଆଇ କୁ କୁହାଯାଇଛି ଯେ IPL ରେ ଆଜି ମୁମ୍ବାଇ ଇଂଡିଆନ୍ସ ଓ ହାଇଦ୍ରାବାଦ ମଧ୍ୟରେ ହେବାକୁ ଥିବା ମ୍ୟାଚ ରେ ଚିୟର ଲିଡ଼ର୍ସ ରହିବେ ନାହିଁ, ଏବଂ କୌଣସି ବାଣ ଫୁଟିବ ନାହିଁ l ଏବଂ ଉଭୟଦଳ ଆଜିର ମ୍ୟାଚ ରେ ଉଭୟ ଦଳ ହାତରେ କଳାପଟି ବାନ୍ଧି ମ୍ୟାଚ ଖେଳିବେ l ଏବଂ କୌଣସି ସଂଗୀତ ମଧ୍ୟ ବାଜିବ ନାହିଁ l ଏହା ପେହଁଲଗାମ ଆତଙ୍କବାଦୀ ଆକ୍ରମଣ ରେ ମୃତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅଟେ l
ଦକ୍ଷିଣ କାଶ୍ମୀର ର ପେହଁଲଗାମ ଗୋଟିଏ ସୁନ୍ଦର ପର୍ଯ୍ୟଟନ ସ୍ତଳୀ ଅଟେ l ଏବଂ ଏହି ଆତଙ୍କବାଦ ଆକ୍ରମଣ ର ଦୋଷ ଲସ୍କର ଏ ତୋୟେବା ନିଜ ମୁଣ୍ଡକୁ ନେଇଛି l