ନୂଆଦିଲ୍ଲୀ, ୩ା୮ (ଏଜେନ୍ସି) : ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ସେପେଫମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ବିସିସିଆଇର ଏହି ନିବେଦନ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ରହିଛି ।
ଗୁରୁବାର ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଥିଲା । ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ଦଳରେ ସର୍ବାଧିକ ୨୪ ଜଣ ଲେଖାଏଁ ଖେଳାଳିଙ୍କୁ ରଖିପାରିବେ । ଆବଶ୍ୟକ ସ୍ଥଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସବ୍ଷ୍ଟିଚୁ୍ୟଟ୍ ଖେଳାଳି ବ୍ୟବସ୍ଥା ହେବ । ଏଥରର ସଂସ୍କରଣ ୫୩ ଦିନିଆ ହେବ । ଗତ ଦୁଇଟି ସିଜନ୍ ଅପେକ୍ଷା ଏଥର ତିନିଦିନ ଅଧିକ । ଏହି ୫୩ ଦିନ ମଧ୍ୟରୁ ୧୦ ଦିନ
ଟାଇମିଂରେ ଅଧ ଘଣ୍ଟାଏ ଲେଖାଏଁ କମାଇ ଦିଆଯାଇଛି । ଖୁବ୍ଶୀଘ୍ର ସମସ୍ତ ଫ୍ରାଞ୍ଚାଇଜ୍ଗୁଡ଼ିକୁ ଆଇପିଏଲ୍ ସୂଚୀ ପଠାଇ ଦିଆଯିବ । ଏଥର ବିନା ଦର୍ଶକରେ ଆଇପିଏଲ୍ର ସମସ୍ତ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଗତ ସପ୍ତାହରେ ଏମିରେଟ୍ସ ବୋର୍ଡ ମ୍ୟାଚ୍ ବେଳେ ୩୦ରୁ ୫୦% ଦର୍ଶକ ଉପସ୍ଥିତ ରହିବା ପାଇଁ ଇଛାବ୍ୟକ୍ତ କରିଥିଲା । କିନ୍ତୁ ବିସିସିଆଇ ବିନା ଦର୍ଶକରେ ଖେଳିବା ପାଇଁ ପ୍ରସ୍ତାବ ଦେଇଛି ।