Odisha news

ପବିତ୍ର ଇଦ୍-ଉଲ୍- ଜୁହା ପର୍ବ ପାଇଁ ଧାମନଗର ଶାନ୍ତି କମିଟି ବୈଠକ

0

ଧାମନଗର  : ପବିତ୍ର ଇଦ୍-ଉଲ୍-ଜୁହା ପର୍ବ ନିମନ୍ତେ ଧାମନଗର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ  ଶାନ୍ତିକମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିକମିଟିର ଆବାହକ ତଥା ଧାମନଗର ତହସିଲଦାର ରାଧାକାନ୍ତ ବାରିକଙ୍କ ଦ୍ୱାରା ଡ଼କାଯାଇଥିବା ଏହି ବୈଠକରେ ଭଦ୍ରକ ଉପଜିଲ୍ଳାପାଳ ପିତାମ୍ବର ସାମଲ ସଭାପତିତ୍ୱ କରିଥିଲେ । ଆସନ୍ତା ୦୧,୦୨ ଓ ୩ ତାରିଖ୍ ତିନିଦିନ ଧରି ଧାମନଗର ଠାରେ ଏହି ପର୍ବ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପର୍ବର ପ୍ରଥମ ଦିନ ୧ତାରିଖ ସକାଳ ୮ଟାରେ ଧାମନଗର ଇଦ୍ଗା ମଇଦାନରେ  ସମୂହ ନମାଜ ପାଠ ଖାନକା ସରିଫର ମତୱଲି ସୟଦ ଗୋଲାମ ମହମ୍ମଦ ହବିବି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ । ଏଥିରେ କୋଭିଡ଼ ନିୟମ ଅନୁଯାୟୀ ମାତ୍ର ୫ଜଣଙ୍କ ମଧ୍ୟରେ ସିମିତ ରଖିବାକୁ ନିଷ୍ପତ୍ତି ହୋଇଥିଲା ।

କୁର୍ବାନି ସମ୍ପୁର୍ଣ୍ଣ ସ୍ୱଚ୍ଛତାର ସହ କରାଯିବାପାଇଁ ସ୍ଥିର ହୋଇଥିବାବେଳେ ଏହା ଅନ୍ୟ ସ୍ଥାନକୁ ପରିବହନ ନକରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । କୁର୍ବାନି ପରେ ବର୍ଜ୍ୟ ପଦାର୍ଥକୁ ପୋତିଦେବାପାଇଁ ସ୍ଥିର ହୋଇଥିଲା । ଏହି ପର୍ବକୁ ଭାଇ·ରା ଓ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାପାଇଁ ଉପଜିଲ୍ଲାପାଳ ଶ୍ରୀ ସାମଲ ଧାମନଗର ବାସୀଙ୍କୁ ଅନୁରୋଧ କରିଥିଲେ । ଶାନ୍ତି କମିଟିର ଏହି ବୈଠକ ସମ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଏସ୍ଡ଼ିପିଓ ମନୋରଂଜନ ସାମଲ, ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଏନ୍ଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ସାଂସଦଙ୍କ ପ୍ରତିନିଧି ଲମ୍ବୋଦର ଜେନା, ଶାନ୍ତିକମିଟିର ବରିଷ୍ଠ ସଦସ୍ୟ ବାସୁଦେବ ତ୍ରିପାଠୀ, ମନୋରଂଜନ ମଲ୍ଳିକ, ପ୍ରତାପଚନ୍ଦ୍ର ସାମଲ, ଏମ୍ଡ଼ି ଇସ୍ରାଇଲ ହବିବି, ଗୋଲାମ ଜିଲ୍ଲାନି ହବିବି, ସେକ୍ ଜାଫର ଅଲ୍ଳୀ, ଏମ୍ଡ଼ି ହବିବୁର ରହେମାନ୍, କୃଷ୍ଣଚନ୍ଦ୍ର ଜେନା, ସେକ୍ ତାଜୁଦ୍ଦିନ୍, ଏମ୍ଡ଼ି ଫଜଲେବାରି, ସେକ୍ ଗୋଲାମ ଅଲ୍ଳୀ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply