Odisha news

ରାମମନ୍ଦିର ଭୂମିପୂଜନ ଦିନ ବଡଧରଣର ହମଲା କରିବାକୁ ସାଜିସ କରିଛି ISI

0

ନୂଆଦିଲ୍ଲୀ : ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବେ l ଇତି ମଧ୍ୟରେ ପାକିସ୍ତାନର ଖୁଫିୟା ଏଜେନ୍ସି ISI ଭୂମି ପୂଜନ ଦିନ ଭାରତରେ ବଡ ଧରଣର ଆତଙ୍କୀ ହମଲା କରିବା ପାଇଁ ଷଡଯନ୍ତ୍ର କରିଛି l ISI ପାକିସ୍ତାନର ଆତଙ୍କବାଦୀ ମନଙ୍କୁ ଟ୍ରେନିଙ୍ଗ ଦେବା ପରେ ଭାରତ ପଠାଇଛି l ଏହି ଷଡ଼ଯନ୍ତ୍ରର ଖୁଲାସ ହେଲା ପରେ ସୁରକ୍ଷା ଏଜେନ୍ସି ମାନେ ସତର୍କତା ବଢ଼ାଇ ଦେଇଛନ୍ତି l

ମିଳିଥିବା ସୂଚନା ଅନୁସାରେ ISI ଲସ୍କର -ଏ -ତୋୟୋବl ଓ ଜୈସେ-ଏ-ମହମଦର ଆତଙ୍କବାଦୀ ମାନଙ୍କୁ ବିଶେଷ ଆତଙ୍କବାଦୀ ହମଲାର ଟ୍ରେନିଙ୍ଗ ଆଫଗାନିସ୍ତାନରେ ଦେଇଛି l ଭାରତର ସବୁଠାରୁ ବଡ ଗୁଇନ୍ଦା ବିଭାଗ RAW କହିଛି ଯେ ISI ୩ ରୁ ୫ ଜଣ ଆତଙ୍କବାଦୀଙ୍କୁ ଭାରତ ପଠାଇଛି l ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀଙ୍କ ଲକ୍ଷରେ ଅଗଷ୍ଟ ୧୫ ତାରିଖ ସ୍ୱତନ୍ତ୍ରତା ଦିବସ କାର୍ଯ୍ୟକ୍ରମ ରହିଛି l

ଏହି ଖୁଲାସ ପରେ RAW ସହିତ ଭାରତର ସମସ୍ତ ଏଜେନ୍ସିର ଟିମକୁ ଅଯୋଧ୍ୟା ଓ ଜାମୁ କାଶ୍ମୀରରେ ମୁତୟନ କରିବାକୁ ନିର୍ଦେଶ ଦିଆଯାଇଛି l ରିପୋର୍ଟରେ ସୂଚନା ଦିଅ ଯାଇଛି ଯେ ISI ସମସ୍ତଙ୍କୁ ଅଲଗା ଅଲଗା ଭାବରେ ଆକ୍ରମଣ କରିବାକୁ କୁହା ଯାଇଛି l  RAW ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶର ଅଧିକାଂଶ VVIP ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି l ଆତଙ୍କବାଦୀ ମାନଙ୍କର ଅଧିକାଂଶ ଦଳ ଭାରତରେ ପ୍ରବେଶ କରି ସାରିଲେଣି ଆଉ କିଛି ପ୍ରବେଶ ମଧ୍ୟ କରି ପାରନ୍ତି l

ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜନ ପାଇଁ ଅଗଷ୍ଟ ୫ ତାରିଖ ଧାର୍ଯ୍ୟ କାରାଯାଇଛି l ରାମମନ୍ଦିରର ଭୂମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ l ଏହି କାର୍ଯ୍ୟକ୍ରମର ସମସ୍ତ ବିବରଣୀ ଦିଆ ସରିଲାଣି,ଅଗଷ୍ଟ ୫ ତାରିଖ ଦିନ ୧୧ ଟା ୩0 ମିନିଟରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଂଚିବେ l ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ସାଧୁସନ୍ଥଙ୍କୁ ମିଶାଇ ୨୦୦ ଜଣ ଉପସ୍ଥିତ ରହିବେ l

Leave A Reply