ଗୋଟିଏ ମା ନିଜ ପୁଅ ର ଜୀବନ ପାଇଁ ମାଗୁଛି ସାହାଯ୍ୟ , ମାଗିଲେ ଓଡିଶା ବାସୀ ଙ୍କୁ ନିଜ ପୁଅ ର ଜୀବନ ପାଇଁ ସାହାଯ୍ୟ
କୋହ ର ସୁଅ ରେ ବୋହି ଚାଲିଥିଲା ଗୋଟିଏ ମା ର ଲୁହ
ଛାତି ଥରା କାନ୍ଦ ଓ ଲୁହ ର ଧାର ରେ ସମସ୍ତେ ବିସ୍ମିତ
ସତରେ ପୁଅଟିର ଜୀବନ ବଞ୍ଚିଯାଉ ବୋଲି ମା ଟି କେତେ କାକୁତି ମିନତି ହେଉଛି ,ସେହି ମା ଆଉ କେହି ନୁହନ୍ତି , ସେ ହେଉଛନ୍ତି ଓଡ଼ିଶାର ଜଣାଶୁଣା ଗାୟକ ହ୍ୟୁମାନ ଶାଗର ଙ୍କ ମା , ବର୍ତମାନ ଓଡ଼ିଆ ଗାୟକ ହ୍ୟୁମାନ ସାଗର ଅସୁସ୍ଥ l ହୋଇଛନ୍ତି ଭୁବନେଶ୍ୱର ଏମସ୍ ରେ ଭର୍ତି l ମଲଟିପୁଲ ଅର୍ଗାନ୍ କୁ ନେଇ ହୋଇଛି ସମସ୍ୟା , ପୂର୍ବରୁ ହୋଇଥିଲେ SCV ମେଡିକାଲ କଟକ ରେ ଭର୍ତି ଏବଂ ସ୍ଥିତି ରେ ସୁଧାର ନ ଆସିବାରୁ କରାଗଲା ଏମସ୍ ସ୍ଥାନାନ୍ତର , ଏବଂ ହ୍ୟୁମାନ ରହିଛନ୍ତି ସ୍ପେଶାଲ ଭେଣ୍ଟିଲେଟର୍ ରେ l ଡାକ୍ତର ଚଳାଇଛନ୍ତି ଚେଷ୍ଟା , ଅନ୍ୟ ପଟରେ ମା ଙ୍କ ର ସଭିଙ୍କୁ ଅନୁରୋଧ ଯେ ହ୍ୟୁମାନ ଙ୍କୁ କରନ୍ତୁ ସାହାଯ୍ୟ ଏବଂ ତାଙ୍କ ପାଇଁ କରନ୍ତୁ ପ୍ରାର୍ଥନା l ମୁଖ୍ୟମନ୍ତ୍ରୀ ଏମସ୍ ଡାକ୍ତରଙ୍କ ସହିତ ଫୋନ ଯୋଗେ କଥା ହୋଇ ହ୍ୟୁମାନ ଙ୍କ ସ୍ୱାସ୍ଥ୍ୟ ର ସ୍ଥିତି ପଚାରି ବୁଝିଥିଲେ ଓ ସଠିକ ଭାବରେ ଚିକିତ୍ସା କରିବାକୁ ଡାକ୍ତର ଙ୍କୁ କହିଥିଲେ l ଯଦି ଆବଶ୍ୟକ ପଡେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି l