Odisha news

ମାଟ୍ରିକ ଫଳାଫଳ; ହିଞ୍ଜିଳିକାଟୁ ବ୍ଲକରେ ୯୯ ପ୍ରତିଶତ, ଆଲପୁର ହାଇସ୍କୁଲରେ 100% ଫଳାଫଳ l

0

ହିଞ୍ଜିଳିକାଟୁ – ୦୭/୨୦୨୨ –  ହିଞ୍ଜିଳିକାଟୁ ବ୍ଲକରେ ମାଟ୍ରିକ ପରୀକ୍ଷା ଫଳାଫଳ  ୯୯ ପ୍ରତିଶତ ରୁ ଉର୍ଦ୍ଧ୍ବ ପାସ ହାର ରହିଥିବା ଜଣାଯାଇଛି l ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଏ. ଅବିନାଶ ମୋଟ  ୫୮୧ ମାର୍କ ରଖି  ହିଞ୍ଜିଳି  ବ୍ଲକରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଉକ୍ତ ବିଦ୍ୟାଳୟର ଅଙ୍କିତା ପ୍ରଧାନ ଏବଂ ସୀତାରାମ ପାତ୍ର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ରା୍ଳବ ପଂଚାୟତଧୀନ  ଆଲପୁର ଗ୍ରାମସ୍ଥିତ ଆଲପୁର ହାଇସ୍କୁଲର ପରୀକ୍ଷାଫଳ  ଶତପ୍ରତିଶତ ରହିଥିବାବେଳେ ସୁଶ୍ରୀ ଶାଶ୍ଵତୀ ପୋଲାଈ 89 % ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର  କରିଥିବା ଜଣାଯାଇଛି l ସେହି ବିଦ୍ୟାଳୟର  ଦିବ୍ୟାଙ୍ଗ ଛାତ୍ର ଶ୍ରୀମାନ ଆଲୋକ କୁମାର ରାଉତ 68.6 % ମାର୍କ ରଖି ପାସ କରିଥିବାରୁ ସାରା ଅଂଚଳ ରେ ଖୁସିର ଲହର  ଖେଳିଯାଇଛି l

ପ୍ରତିକ୍ରିୟାରେ ତାଙ୍କ ସଫଳତା ପଛରେ  ଆଲପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ, ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ନମିତା ସାମନ୍ତରା, ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀ ଆଦିଙ୍କ ସମ୍ପୂର୍ଣ ସମର୍ପଣକୁ ଶ୍ରେୟ ଦେଇଛନ୍ତି  l ଏଠାରେ ସୂଚନା ଥାଉକି, ହିଞ୍ଜିଳି ବ୍ଲକରେ ମୋଟ 10ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସମସ୍ତ  10 ଜଣ ପାସ କରିଥବା ଜଣାଯାଇଛି l    ଚଳିତ ବର୍ଷ ହିଞ୍ଜିଳି ବ୍ଲକରେ ମୋଟ ୧୭୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୧୬୯୩ ଜଣ କୃତ କାର୍ଯ୍ୟ ହୋଇଛନ୍ତି। ଏ -୧ ଗ୍ରେଡରେ ୪୬ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେଥିରୁ ୪୧ ଜଣ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ଠାରୁ ପ୍ରାପ୍ତ ସୂଚନାରୁ ଜଣାଯାଇଛି l ଏହି ସଫଳତା ପାଇଁ ସେ ବ୍ଲକର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି l

Leave A Reply