ଗୋପ : ପୁରୀ ଜିଲ୍ଲା ଗୋପ ବଜାରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲା ପୋଲିସିକି ଗୋପ ପୋଲିସି ଦୃଷ୍ଟି ଆକର୍ଷଣ ନକରିବା ଜୋଙ୍ଗୁ ଦୈନଦୀନ ଟ୍ରାଫିକ ସମସ୍ୟା ଉଦୁବେଗ ଜନକ ହେଉଥିବା ବେଳେ ଆଜି ଗୋପ ବଜାର ଉପରେ ଦୀର୍ଘ ସମୟ ଧରି କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତି ଜଷ୍ଟିସ ଏସ ଏନ ସତ୍ୟନାରାୟଣଙ୍କ ଗାଡି ରାସ୍ତରେ ଫସି ରହିଥିଲେ।ତେବେ ଚଳିତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ ସମସ୍ୟା ସମ୍ପର୍କରେ ବେଶେଷ ସତର୍କତା ଅବଲମ୍ବନ କରିବା ପାଇଁ ପୋଲିସି ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେବି ଗୋପରେ ଏହାର ବ୍ୟତିକ୍ରମ ଦେଖାଯିବା ଜୋଙ୍ଗୁ ଆଜି ଜଣେ ବାହାର ରାଜ୍ୟର ବିଚାରପତି ଓ ବିଚାରପତିଙ୍କ ଏସ୍କଟ ଗାଡି ଦିନ ୧୧ ଟା ସମୟରେ ଦୀର୍ଘ ସମୟ ଧରି ଅଟକି ରହିବା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନଗ୍ନନମୁନା ଦେଖିବାକୁମିଲିଥିଲା। ଗୋପ ବଜାର ଉପରେ ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଜାଣିଏ ହୋମଗାର୍ଡ ବ୍ୟତୀତ କୈଣସି ପୋଲିସି ବାବୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଥାଉକି ଗୋପ ବଜାର ରାସ୍ତାର ଉଭୟ ପାର୍ଶ୍ୱରେ ଉଠା ବ୍ୟବସାୟୀ ରାସ୍ତାକୁ ଏକ ପ୍ରକାର ଜବର ଦଖଲ କରିଥିବା ବେଳେ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଛି,କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ବାରମ୍ବାର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିପ୍ରତି ପୁରୀ ଆରକ୍ଷୀ ଅଧିକ୍ଷକ,ପୁରୀ ଜିଲ୍ଲା ପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।