Odisha news

ଗ୍ଲାମର୍‌ ଇଣ୍ଡଷ୍ଟ୍ରୀରେ ଅଶିତାଙ୍କ ଏଣ୍ଟ୍ରି

0

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସମ୍ପର୍କୀୟା ଭଉଣୀ ଅଶିତା ଗ୍ଲାମର୍‌ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଲାଟେଷ୍ଟ୍‌ ଫଟୋଶୁଟ୍‌ ଯୋଗୁ ଅଶିତା ପ୍ରଶଂସାର ପାତ୍ର ହୋଇଛନ୍ତି । ମାତ୍ର ଦୁଇଦିନରେ ସୋସାଲ ମିଡିଆରେ ବେଶ୍‌ ଫେମସ୍‌ ହୋଇଛନ୍ତି । ଅଙ୍କିତା ଭଉଣୀ ଅଶିତାଙ୍କ ଫଟୋ ସୋସାଲ ମିଡିଆରେ ସେୟାର କରିବା ପରେ ଲଗାତର ତାଙ୍କ ପ୍ରୋଫାଇଲ୍‌ ସର୍ଚ୍ଚ କରାଯାଉଛି । ଅଶିତା ଖୁବ୍‌ଶୀଘ୍ର ଅଭିନୟ ଦୁନିଆକୁ ଆସୁଛନ୍ତି ବୋଲି ଅଙ୍କିତା କହିଥିଲେ । ଅଶିତାଙ୍କ ଡେବୁ୍ୟ ଖବର ସେୟାର କରି ଅଙ୍କିତା ଲେଖିଛନ୍ତି, “ଶେଷରେ ତୁମେ ସେଇଆ କରୁଛ ଯାହା ସବୁବେଳେ କରିବାକୁ ଚାହୁଁଥିଲ । ମୁଁ ତୁମକୁ ନେଇ ଗର୍ବିତ ବେବି । ନୂଆ ଯାତ୍ରା ଆରମ୍ଭ ହୋଇଯାଇଛି ଓ ମୁଁ ପ୍ରର୍ଥନା କରୁଛି ତୁମେ ନିଜ ସବୁ ସ୍ୱପ୍ନ ପୂରା କର ଆଶୀ । ନିଜ ବାପା-ମା’ଙ୍କୁ ଗର୍ବିିତ କରାଅ । ମୁଁ ଜାଣିଛି ତୁମେ ନିଶ୍ଚୟ ପାରିବ ମୋ ଅପ୍‌କମିଙ୍ଗ୍‌ ସୁପର୍‌ ମଡେଲ୍‌ । ନୂଆ ଯାତ୍ରା ପୂରା ଏଞ୍ଜୟ କର । କେବେ ହାର୍‌ ମାନିବ ନାହିଁ କି କୌଣସି ପରିସ୍ଥିତିରୁ ଦୂରେଇ ଯିବ ନାହିଁ । ହସହସ ମୁହଁ ନେଇ ଆଗକୁ ବଢ଼ିବ । ସବୁବେଳେ ମନେରଖିବ ଯେତେବେଳେ ମୋର ଆବଶ୍ୟକତା ହେବ ମୁଁ ସବୁବେଳେ ତୁମ ସହ ଅଛି ।’’

Govt
Leave A Reply