Odisha news

ଭାରତର ଲଦାଖ ରେ ତେଜିଲେ Gen-Z ଙ୍କ ବିକ୍ଷୋଭ

0

ଳେହ ରେ Gen-Z  ବୁଧବାର ୨୪ ସେପ୍ଟେମ୍ବର ରେ କେନ୍ଦ୍ର ସରକାର ବିରୁଧରେ ରାଲି ବାହାର କରିଛନ୍ତି, ଛାତ୍ର ମାନେ ସାମାଜିକ କାର୍ଯ୍ୟକର୍ତା ସୋନମ ବାଙ୍ଗଚୁକ ଙ୍କ ସମର୍ଥନରେ ବିରୋଧ ପ୍ରଦର୍ଶନ କରିଛନ୍ତି, ଏହି ପ୍ରଦର୍ଶନ ସମୟରେ ଛାତ୍ରମାନେ CRPF ଯବାନ ଙ୍କ ଗାଡିକୁ ପୋଡି ଦେଇଛନ୍ତି, ବାଙ୍ଗଚୁକ ଅନେକ ଦିନରୁ ଲଦାଖ ରେ ପୁର୍ଣ ରାଜ୍ୟର ମାନ୍ୟତା ଦେବା ପାଇଁ ଦାବି କରି ଆସୁଥିଲେ, ଏବଂ ଅନଶନ ରେ ବସିଥିଲେ, ସେ ଲାଦଖ କୁ ପୁର୍ଣ ରାଜ୍ୟର ମାନ୍ୟତା ଦେବାପାଇଁ ଦାବି କରିଥିଲେ l ପୋଲିସ ଏବଂ ଛାତ୍ର ମାନେ ମୁହାଁମୁହିଁ ହୋଇଛନ୍ତି l ସୋନାମ ବାଙ୍ଗଚୁକ ଏହା ପୂର୍ବରୁ ଦିଲ୍ଲୀରେ ଲମ୍ବା ମାର୍ଚ୍ଚ ବାହାର କରିଥିଲେ, ଏବଂ ଅନଶନ ରେ ବସିଥିଲେ, ବର୍ତମାନ ତାଙ୍କ ସପକ୍ଷରେ Gen-Z  ଆନ୍ଦୋଳନ କୁ ଓଲ୍ହାଇଛନ୍ତି l

ଅଗଷ୍ଟ ୫ତାରିଖ ୨୦୧୯ ରେ ଆର୍ଟିକିଲ ୩୭୦ ହଟିବ ପରେ ଜାମୁ କାଶ୍ମୀର ଦୁଇ ଭାଗରେ ବିଭକ୍ତ ହୋଇଥିଲା, ଜାମୁ -କାଶ୍ମୀର ଗୋଟିଏ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ହେଲା, ଯେବେକି ଳେହ ଓ କାର୍ଗିଲ କୁ ମିଶାଇ ଲଦାଖ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ କରାଗଲା, ଏହି ଲଦାଖ କୁ ନେଇ ପୁର୍ଣ ରାଜ୍ୟର ଦାବି ହୋଇ ଆସୁଛି l ସୋନାମ ଦୀର୍ଘ ଦିନରୁ ଜଳବାୟୁ ଏବଂ ସାମାଜିକ କର୍ମକର୍ତା ଅଟନ୍ତି l

Leave A Reply