Odisha news

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ସମୟରେ ଯଦି ବ୍ୟକ୍ତି ସହିତ ରହିଥାଏ ଏହି ୪ଟି ବସ୍ତୁ, ତେବେ ବ୍ୟକ୍ତି କରିଥାଏ ସ୍ୱର୍ଗ ଗମନ  

0

ମୃତ୍ୟୁ ଜୀବନ ର ଗୋଟିଏ ମାତ୍ର ସତ୍ୟ ଅଟେ, ଏହି ପୃଥିବୀ ପ୍ରତ୍ୟେକ ବ୍ୟକ୍ତି ଦିନେ ନା ଦିନେ ମୃତ୍ୟୁ ବରଣ କରିବେ, କାହିଁକି ନା କେହି ମଧ୍ୟ ଅମୃତ ପିଇ ନାହାନ୍ତି l ଆମେ ସମସ୍ତେ ଜାଣିଚୁ ଆମକୁ ଦିନେ ନା ଦିନେ ମରିବାର ଅଛି l

ହିନ୍ଦୁ ଧର୍ମ ରେ ମୃତ୍ୟୁ ପରେ ଆତ୍ମା ର ଯାତ୍ରା ଖୁବ ବିସ୍ତାର ଭାବରେ ଗରୁଡ଼ ପୁରାଣ ରେ ବର୍ଣନା ହୋଇଛି, ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ଯମ ଲୋକ ଯାତ୍ରା କରିଥାଏ, ଆମେ ସମସ୍ତେ ଚାହିଁ ଥାଉ ଯେପରି ମୃତ୍ୟୁ ପରେ ଆମେ ନରକ କଷ୍ଟ ନଭୋଗୁ, ସେଥିପାଇଁ ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିବାକୁ ଚେଷ୍ଟା କରିଥାଉ l

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ବ୍ୟକ୍ତି କୁ ତାର ଭଲ ଓ ଖରାପ କର୍ମ ର ଫଳ ମିଳିଥାଏ, କିନ୍ତୁ ଗରୁଡ଼ ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ପକ୍ଷୀରାଜ ଗରୁଡ଼ ଙ୍କୁ ଏପରି ୪ଟି ଜିନିଷ ବିଷୟରେ କହିଥିଲେ ଯାହାକି ତାଙ୍କ ନିକଟରେ ମୃତ୍ୟୁ ସମୟ ରେ ମନୁଷ୍ୟ ନିକଟରେ ୪ଟି ଜିନିଷ ରହିବା ଜରୁରୀ , ଯାହାଦ୍ୱାରା ଯମଦୂତ ଆତ୍ମା ନିକଟକୁ ଆସି ନଥାଆନ୍ତି l

– ସନାତନ ଧର୍ମରେ ତୁଳସୀ ହେଉଛନ୍ତି ଦେବୀ ର ସ୍ୱରୂପ, ତେଣୁ ତୁଳସୀ ମଞ୍ଜରୀ ସହିତ ସଂଲଗ୍ନ ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଯମ ଲୋକ କୁ ଯାଇନାହିଁ l ତେଣୁ ମୃତ୍ୟୁ ସମୟରେ ବ୍ୟକ୍ତି ର ଗଳାରେ , ମଥା ଓ ପାଟିରେ ତୁଳସୀ ମଞ୍ଜରୀ ରଖି ଦିଅନ୍ତୁ, ଏହି ବ୍ୟକ୍ତି ଯମ ଲୋକ ଯାଇ ନଥାଆନ୍ତି l

– ମାନ୍ୟତା ଅନୁସାରେ ମୃତ୍ୟୁ ସମୟ ରେ ବ୍ୟକ୍ତି ର ପାଟିରେ ଗଙ୍ଗା ଜଳ ଦେବା ଜରୁରୀ, ଗଙ୍ଗା ଭଗବାନ ବିଷ୍ଣୁ ଙ୍କ ପାଦରୁ ଗଙ୍ଗା ବାହାରିଛନ୍ତି ଏବଂ ପାପ ନାଶ କରି ଥାଆନ୍ତି, କୁହାଯାଏ ଯେ ଯେଉଁ ବ୍ୟକ୍ତି ଗଙ୍ଗାଜଳ ଧାରଣ କରି ପ୍ରାଣ ତ୍ୟାଗ କରିଥାଏ, ସେ ସ୍ୱର୍ଗ ଗମନ କରିଥାଏ l

– ରାଶି ବା ଯାହାକୁ ହିନ୍ଦୀ ରେ କୁହାଯାଏ ତିଲ ଉତ୍ପତି ଭଗବାନ ବିଷ୍ଣୁ ଙ୍କ ଝାଳରୁ ହୋଇଛି ବୋଲି ପୁରାଣ ରେ ବର୍ଣନା ହୋଇଛି, ମାନ୍ୟତା ରହିଛି ଯେ ମୃତ୍ୟୁ ସମୟ ରେ ମୃତ୍ୟୁ ଶଯ୍ୟାରେ ପଡିଥିବା ବ୍ୟକ୍ତି ହାତରେ ରାଶି ଦାନ କରିବା ଆବଶ୍ୟକ l  ମାନ୍ୟତା ରହିଛି ଯେ ମୃତ ବ୍ୟକ୍ତି ନିକଟରେ ରାଶି ରଖିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ l

– କୁଶ ଗୋଟିଏ ବିଶେଷ ଧରଣ ର ଘାସ ଅଟେ, ଯାହା ପ୍ରତ୍ୟେକ ଧର୍ମ କର୍ମ ରେ ହୋଇଥାଏ, କୁଶ ଗୋଟିଏ ପବିତ୍ର ଘାସ ଅଟେ, କୁହାଯାଏ ଯେ ମୃତ୍ୟୁ ସମୟରେ ତୁଳସୀ ନିକଟରେ ବ୍ୟକ୍ତିକୁ କୁଶ ଆସନରେ ଶୁଣାଇବା ଦ୍ୱାରା ମୁକ୍ତି ମିଳିଥାଏ l

Leave A Reply