Odisha news

ଦୂତିଙ୍କୁ ରାଜ୍ୟ ସରକାର ଦେଇଛନ୍ତି ୪.୦୯ କୋଟି

0

ଭୁବନେଶ୍ୱର : ଓଡ଼ିଶାର ମହିଳା ତାରକା ଧାବିକା ଦୁତୀ ଚାନ୍ଦଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ସରକାର ଦେଇଥିବା ଆର୍ଥିକ ଅନୁଦାନର ସୂଚୀ ପ୍ରକାଶ ପାଇଛି । ୨୦୧୫ରୁ ଅଦ୍ୟାବଧି ରାଜ୍ୟ ସରକାର ଦୂତିଙ୍କୁ ଭିନ୍ନଭିନ୍ନ ପ୍ରସଙ୍ଗରେ ମୋଟ ୪.୦୯ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୧୮ ଏସିଆନ୍‌ ଗେମ୍ସରେ ପଦକ ସଫଳତା ପାଇଁ ଦୂତିଙ୍କୁ ରାଜ୍ୟ ସରକାର ୩ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିଭଳି ୨୦୧୫ରୁ ୨୦୧୯ ମଧ୍ୟରେ ପ୍ରଶିକ୍ଷଣ ପାଇଁ ପର୍ଯ୍ୟାୟକ୍ରମେ ୩୦ ଲକ୍ଷ ଟଙ୍କା ଦିଆଯାଇଛି । ସେହିଭଳି ଟୋକିଓ ଅଲିମ୍ପିକ୍ସ ପ୍ରଶିକ୍ଷଣ ପାଇଁ ୨ଟି ପର୍ଯ୍ୟାୟରେ (୨୦୧୯ ଅଗଷ୍ଟ ୨ ଏବଂ ଡିସେମ୍ବର ୨୭ ତାରିଖ) ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା । ଏତଦ୍‌ ଭିନ୍ନ ପଦକ ସଫଳତା ପାଇଁ ରାଜ୍ୟ ସରକାର ଦୂତି ଚାନ୍ଦଙ୍କ ଗ୍ରୁପ୍‌-ଏ’ ସ୍ତରୀୟ ଅଫିସର ଭାବେ ଓଡ଼ିଶା ମାଇନିଂ କର୍ପୋରେସନ୍‌ ଭାବେ ଚାକିରି ଦେଇଥିଲେ । ଜୁନ୍‌ ସୁଦ୍ଧା ଦୂତିଙ୍କୁ ମାସିକ ୮୪,୬୦୪ ଟଙ୍କା ଦରମା ମିଳୁଛି । ଏତଦ୍‌ ଭିନ୍ନ ଚାକିରି କରିବା ସତ୍ତେ୍ୱ ଦୂତିଙ୍କୁ ଅଫିସ ନଆସିବାକୁ ଅନୁମତି ମିଳିଛି । ତେଣୁ ଅଭ୍ୟାସ କରିବା ପାଇଁ ଦୂତିଙ୍କୁ ଭରପୂର ସମୟ ମିଳୁଥିବା ଗୁରୁବାର ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଓଏମ୍‌ସିରେ ନିଯୁକ୍ତି ପାଇବା ଦିନଠାରୁ ଦୂତିଙ୍କୁ କୌଣସି କାର୍ଯ୍ୟ ଦିଆଯାଇ ନାହିଁ । ପ୍ରଶିକ୍ଷଣ ପାଇଁ ଓଏମ୍‌ସି ପକ୍ଷରୁ ମଧ୍ୟ ଦୂତି ଚାନ୍ଦଙ୍କ ୨୯ ଲକ୍ଷ ଟଙ୍କା ଦିଆଯାଇଥିଲା । ଅର୍ଥାତ୍‌ ୨୦୧୫ରୁ ଏଯାବତ୍‌ ଦୂତି ଚାନ୍ଦ ଓଏମ୍‌ସି, ରାଜ୍ୟ ସରକାର ଏବଂ କ୍ରୀଡ଼ା ବିଭାଗରେ ମୋଟ ୪.୦୯ କୋଟି ଟଙ୍କା ଆର୍ଥିକ ସହାୟତା ପାଇଛନ୍ତି । କେବଳ ଏତିକି ନୁହେଁ, ଆଥଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟରୁ ଦୂତିଙ୍କୁ ଅନେକ ସମୟରେ ଆର୍ଥିକ ସହାୟତା ମିଳିଛି । ନିକଟରେ ଦୂତି ଚାନ୍ଦ ନିଜର ବିଏମ୍‌ଡବ୍ଲì୍ୟ କାର୍‌ ବିକି୍ର କରିବାକୁ ଚାହୁଁଥିବା କହିଥିଲେ । ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କର ଅର୍ଥ ଦରକାର । ତେଣୁ ବିଏମ୍‌ଡବ୍ଲ୍ୟୁ କାର୍‌ ବିକି୍ର କଲେ ଯେଉଁ ଅର୍ଥ ମିଳିବ, ତାହାକୁ ସେ ପ୍ରଶିକ୍ଷଣରେ ବିନିଯୋଗ କରିବେ । ଏତେ ଦାମିକା କାର୍‌ର ରକ୍ଷଣାବେକ୍ଷଣ ତାଙ୍କ ପକ୍ଷେ ସମ୍ଭବ ହେଉ ନଥିବା ସେ କହିଥିଲେ । ଏହାପରେ ବିଭିନ୍ନ ମହଲରୁ ଦୂତିଙ୍କୁ ଆର୍ଥିକ ସହାୟତା ମିଳିବ ବୋଲି କୁହାଯାଇଥିଲା ।

Leave A Reply