Odisha news

ସମୁଦ୍ର ମଂଥନ ର ଧନତେରସ ସହିତ କଣ ରହିଛି ସମ୍ବନ୍ଧ ? ଜାଣନ୍ତୁ ଧନ୍ଵନ୍ତରୀ ଙ୍କ ସହିତ ଜଡିତ ରୋଚକ କଥା

0

ଚଳିତ ବର୍ଷ ଧନତେରସ ଅକ୍ଟୋବର ୧୮ ଶନିବାର ରେ ପାଳିତ ହେବ, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଧନତେରଶ ର ସମ୍ବନ୍ଧ ସମୁଦ୍ର ମନ୍ଥନ ସହିତ କିପରି ରହିଲା l

ପୌରାଣିକ କଥା ଅନୁସାରେ ଯେତେବେଳେ ଦୁର୍ବାସା ରୁଷି ଇନ୍ଦ୍ର ଙ୍କୁ ଅଭିଶାପ ଦେଲେ ଯେ ତୁମର ଶକ୍ତି କ୍ଷୀଣ ହୋଇଯାଉ, ଏହି ଅଭିଶାପ ଦ୍ୱାରା ସମସ୍ତ ଦେବତା ଙ୍କ ଶକ୍ତି କ୍ଷୀଣ ହୋଇଯାଇଥିଲା, ଏବଂ ରାକ୍ଷସ ମାନେ ଦେବତା ଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ ଏବଂ ସମ୍ପୂର୍ଣ ବ୍ରହ୍ମାଣ୍ଡ ଅନ୍ଧକାର ମୟ ହୋଇଗଲା l

ରାକ୍ଷସ ମାନଙ୍କର ବଢୁଥିବା ଅତ୍ୟାଚାର କାରଣରୁ ସମସ୍ତ ଦେବତା ଶ୍ରୀବିଷ୍ନୁ ଙ୍କ ନିକଟରେ ଗୁହାରି କଲେ, ଭଗବାନ ବିଷ୍ଣୁ ଦେବତା ମାନଙ୍କୁ ଅମରତ୍ୱ ଲାଭ ପାଇଁ ସମୁଦ୍ର ମନ୍ଥନ ପାଇଁ କହିଲେ, ଏହାପରେ ଦେବତା ଏବଂ ରାକ୍ଷସ ମାନଙ୍କ ମଧ୍ୟରେ ଉତେଜନା ତୀବ୍ର ହେଲା, ବିଷ୍ଣୁ ଙ୍କ ପରାମର୍ଶ କ୍ରମେ ଉଭୟ ଦେବତା ଓ ଅସୁର ମିଶି ସମୁଦ୍ର ମନ୍ଥନ କରିଥିଲେ, ମନ୍ଦାର ପର୍ବତ ମନ୍ଥନ ର ବାଡ଼ି, ବାସୁକୀ ନାଗ ଦଉଡି, ଏବଂ ଭଗବାନ ବିଷ୍ନୁ କଛପ ରୂପରେ ଅବତୀର୍ଣ ହୋଇ ମନ୍ଦାର ପର୍ବତ ତଳେ ସାହାରା ହୋଇ ରହିଲେ l

ସର୍ବ ପ୍ରଥମ ରେ ସମୁଦ୍ର ମନ୍ଥନ ରୁ ବିଷ ବାହାରିଥିଲା, ଯାହାକୁ ମହାଦେବ ସେବନ କରିଥିଲେ, ଏବଂ ସୃଷ୍ଟି କୁ ରକ୍ଷା କରିଥିଲେ l ଏହାପରେ ସମୁଦ୍ର ମନ୍ଥନ ରୁ ଗୋଟିଏ ପରେ ଗୋଟିଏ ଦିବ୍ୟ ବସ୍ତୁ ବାହାରିଲା, ମାତା ଲକ୍ଷ୍ମୀ ମଧ୍ୟ ସମୁଦ୍ର ମନ୍ଥନ ରୁ ପ୍ରକଟ ହୋଇଥିଲେ, ସବୁଠୁ ଶେଷରେ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ରୁ ପ୍ରକଟ ହୋଇଥିଲେ, ଯାହାଙ୍କ ହାତରେ ଅମୃତ ର ଗୋଟିଏ ପାତ୍ର ଥିଲା ଏବଂ ଆୟୁର୍ବେଦ ର ଗୋଟିଏ ବହି ଥିଲା l ସେହିଦିନ କାର୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ଥିଲା l ଧନତେରସ କେବଳ ସୁନା ରୁପା କିଣିବାର କାରଣ ହୋଇନଥାଏ, ଏହା ସୁସ୍ଥ ରହି ସୁଖ ସମୃଦ୍ଧି ର କାରଣ ହୋଇଥାଏ l

Leave A Reply