Odisha news

ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ଧରାକୋଟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

0
ଧରାକୋଟ : ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ଧରକୋଟ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଧରାକୋଟ ତରଫରୁ ସ୍ୱାସ୍ଥ୍ୟ ସଚେତନତା ଓ କୋରଣା ବିଷୟରେ ଆଶ୍ରମର ସମସ୍ତ ଶିଶୁ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ କରଯାଇଥିଲା । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭରପ୍ରାପ୍ତ ଚିକିସ୍ଥାଧିକାରୀ Dr.M.V.K. Ashok ଏବଂ Dr. ଶଙ୍କର ନାରାୟଣ ବେହେରା ଓ BPM ପ୍ରିୟଙ୍କା ମହାନ୍ତି, ANM କେ.ବିଷ୍ଣୁ ପ୍ରିୟା ରେଡ୍ଡୀ, ମନୀଷା ବିଶ୍ୱାସ, CHO ବିନୟକ ସାହୁ, ସହଯୋଗୀ କର୍ମଚାରୀ ହିମାଂଶୁ ଶେଖର ଡାକୁଆ, ମନୋଜ ନାୟକ, ସୁଶାନ୍ତ ମିଶ୍ରଙ୍କ ଉପସ୍ଥିତିରେ ଶିଶୁମାନକୁ ସ୍ୱାସ୍ଥ୍ୟ ସଫା ସୁତୁରା ରଖିବା ଓ କୋରଣା ଉପରେ ସଚେତନତା କରଯାଇଥିଲା ଏବଂ ଶିଶୁମାନକ ଦ୍ଵାରା ସ୍ୱାସ୍ଥ୍ୟ ବାର୍ତ୍ତା ଚିତ୍ରାଙ୍କନ ମାଧ୍ୟମରେ ଆୟୋଜନ କରଯାଇଥିଲା । ଉଭୟ ଚିକିସ୍ଥାଧିକାରୀଙ୍କ ଉପସ୍ଥିତରେ ଶିଶୁ ମାନକ ଦ୍ଵାରା କେକ କାଟା ଯାଇ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା । ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ସଚେତନତା କାର୍ଯ୍ୟକ୍ରମରେ  ଏକ ବୈଠକ ଆୟୋଜନ କରଯାଇଥିଲା, ଏଥିରେ ଆଶ୍ରମର କେ.ଟୁନା ଦୋରା, ପି. ଗୀତାଞ୍ଜଳି ଦୋରା, ପ୍ରସାଦ କୁମାର ଗୌଡ, ଶିଶିର କୁମାର ରାଜ, ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶିଶୁମାନଙ୍କ ଦ୍ଵାରା କୋରଣା ରୋଗରୁ ସତର୍କ ରହିବା ଓ ସ୍ୱାସ୍ଥ୍ୟ ଉପରେ ସଙ୍ଗୀତ ମାଧ୍ୟମରେ ପରିବେଷଣ କରଯାଇଥିଲା ।
Leave A Reply